www.samajalive.in
Tuesday, December 9, 2025
19.1 C
Bhubaneswar

ଯୁବକଙ୍କୁ ଅପହରଣ କରି ହତ୍ୟା କଲେ ଠିକାଦାର !

କାଲିମେଳା: ଧାର ଟଙ୍କା ଫେରାଇ ନ ପାରିବାରୁ ଯୁବକଙ୍କୁ ପରିବାର ଲୋକଙ୍କ ସମ୍ମୁଖରୁ ଅପହରଣ କରିନେଇ ହତ୍ୟା କରିଛନ୍ତି ଜଣେ ଠିକାଦାର। ମାଲକାନଗିରି ଜିଲା ମୋଟୁ ଥାନା ଅନ୍ତର୍ଗତ ଏମପିଭି – ୮୧ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ଯୁବକଙ୍କ ନାମ ବାପି ମଣ୍ଡଳ(୨୨)। ତାଙ୍କୁ ଗୁମୁକା ପଞ୍ଚାୟତର ଏମପିଭି-୧୦ ଗ୍ରାମରୁ ଅପହରଣ କରି ଆଣିବା ପରେ ଏଠାରେ ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

ସୂଚନା ଅନୁସାରେ, ଗତ ଶୁକ୍ରବାର ଅପରାହ୍ଣ ୪ଟା ୩୦ ସମୟରେ ଏମପିଭି ୮୧ ଗ୍ରାମର ଜଣେ ଏବଂ ସେହି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଏମପିଭି ୧୦ ଗ୍ରାମରେ ପହଁଚି ବାପିଙ୍କ ହାତକୁ ଏକ ଗାମୁଛାରେ ବାନ୍ଧି ଜୋର ଜବରଦସ୍ତି ଉଠାଇ ଆଣିବାକୁ ଚେଷ୍ଟା କରିଥିଲେ। ପରିବାର ଲୋକେ ପ୍ରତିବାଦ କରିବାରୁ ଠିକାଦାର ଜଣଙ୍କ କହିଥିଲେ ଯେ, ବାପି କାମ କରିବ କହି ମୋ ପାଖରୁ ୩୦ ହଜାର ଟଙ୍କା ନେଇ ଆସିଛି। ଟଙ୍କା ମାଗିଲେ ଫେରାଉ ନାହିଁ। ମୁଁ ତାକୁ ମୋ ସହିତ ନେଇଯାଉଛି। ଟଙ୍କା ଶୁଝିବା ପରେ ତା’କୁ ଛାଡିଦେବି। ଏହା କହି ଠିକାଦାର ଏବଂ ତା’ ସହଯୋଗୀ ବାପିଙ୍କୁ ବାଇକରେ ବସାଇ ନେଇଯାଇଥିଲେ ବାପିଙ୍କ ଜେଜେବାପା ଚାଣକ୍ୟ ମଣ୍ଡଳ କହିଛନ୍ତି।

- Advertisement -

ତେବେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ଠିକାଦାର ପୁଣି ଥରେ ଏମପିଭି-୧୦ ଗ୍ରାମରେ ପହଁଚି ଗାଁ ସଭାପତି ବିକାଶ ମଣ୍ଡଳଙ୍କୁ ସାକ୍ଷାତ କରି ବାପିର ଶରୀର ବହୁତ ଅସୁସ୍ଥ ଅଛି ବୋଲି କହିଥିଲେ। ସେ ଗୁରୁତର ହୋଇ ପଡିଥିବାରୁ ତାଙ୍କ ଘର ଲୋକଙ୍କୁ ଜଣାଇଦେବା ପାଇଁ କହିଥିଲେ। ଏହାର ଏକ ଘଣ୍ଟା ପରେ ବାପିର ମୃତ୍ୟୁ ହୋଇଯାଇଛି ବୋଲି ଠିକାଦାର ଫୋନ କରି ସଭାପତିଙ୍କୁ ଜଣାଇଥିଲେ। ଏହା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଠିକାଦାର ଏବଂ ତାର ସହଯୋଗୀ ବାପିକୁ ମାଡ ମାରି ତାକୁ ହତ୍ୟା କରିଥିବା ପରିବାର ଲୋକେ ମୋଟୁ ଥାନାରେ ଲଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଠିକାଦାର ଏବଂ ତା’ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ରବିବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ସତ୍ୟତା ଜଣାପଡ଼ିବ ବୋଲି ମୋଟୁ ଥାନା ଏସଆଇ ଲକ୍ଷ୍ମୀଧର ଲେଙ୍କା ସୂଚନା ଦେଇଛନ୍ତି।

ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି। ବାପି ଅସୁସ୍ଥ ଥିବା ଜାଣି ଠିକାଦାର ପରିବାର ଲୋକଙ୍କୁ ନ ଜଣାଇ ଗାଁ ସଭାପତିଙ୍କୁ ଜଣାଇଥିବାରୁ ତାହାକୁ ନେଇ ଅଧିକ ସନ୍ଦେହ ପ୍ରକାଶ ପାଇଛି। ଏଥିସହ ଏମପିଭି – ୮୧ ଅଞ୍ଚଳର ଜୈନେକ କ୍ଵାକ ବାପିର ଚିକିତ୍ସା କରିଥିବା ଖବର ମିଳିବା ପରେ ପୁଲିସ ସେ ଦିଗରେ ତଦନ୍ତ ଚଳାଇଛି। ତବେ କିଛିଟା ଟଙ୍କା ପାଇଁ ଜଣେ ଯୁବକର ଜୀବନ ଯାଇଥିବା ବେଳେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକ ଏବଂ ଅଂଚଳବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ, ବାପି ଦେଢ ବର୍ଷ ତଳେ ଏମଭି ୮୮ ଗ୍ରାମରେ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories