ଲକ୍ଷ୍ମୀପୁର : ଜୀବିକାରେ ସହାୟକ ହେଉଛି ବାଉଁଶ କରଡ଼ି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଅଧିବାସୀମାନେ ଏହି କରଡ଼ି ବା ବାଉଁଶ ଗଜାକୁ ଜଙ୍ଗଲରୁ ସଂଗ୍ରହ କରିଆଣି ଗାଁ ଓ ବଜାରରେ ବିକ୍ରି ସେଥିରୁ ଯେଉଁ ଅର୍ଥ ପାଉଛନ୍ତି ସେଥିରେ ସେମାନଙ୍କ ତେଲ ଲୁଣ ଖର୍ଚ୍ଚ ଉଠିଯାଉଥିବା ସହିତ ଗୁଜୁରାଣ ମେଣ୍ଟାଉଛନ୍ତି । ଉକ୍ତ କରଡ଼ି ବର୍ଷା ଋତୁରେ ହିଁ ଉପଲବ୍ଧ ହୋଇଥାଏ । ଆଦିବାସୀ ମାନେ ଜଙ୍ଗଲକୁ ଯାଇ ବାଉଁଶ ବୁଦା ଭିତରେ ହୋଇଥିବା ଗଜା ବା କରଡ଼ି ଗୁଡ଼ିକୁ ସଂଗ୍ରହ କରି ଆଣି ନିଜେ ଖାଇବା ସହିତ ଗାଁ ଓ ବଜାରରେ ବିକ୍ରି କରନ୍ତି । ପୂର୍ବରୁ ଏହାର ବିଡ଼ା ୫ ଟଙ୍କା ଥିବାବେଳେ ପରେ ୧୦ ଓ ବର୍ତ୍ତମାନ ଗୋଟିଏ ବଡ଼ ବିଡ଼ାକୁ ୧୫/୨୦ ଟଙ୍କା ଲେଖାଏଁ ବିକ୍ରି ହେଉଛି । ସଂଗ୍ରହ କରୁଥିବା ଆଦିବାସୀ ମାନେ ଏହାକୁ ୧୦ ଟଙ୍କା ଲେଖା ବିକୁ ଥିବା ବେଳେ ସେମାନଙ୍କ ଠାରୁ କିଣି ଆଣୁଥିବା ଲୋକେ ୨୦ ଟଙ୍କା ଓ କେହି କେହି ୨୦ ଲେଖା ବଜାରରେ ବିକ୍ରି କରୁଛନ୍ତି । ଏହା ଏକ ଋତୁ କାଳୀନ ଦ୍ରବ୍ଯ ହୋଇଥିବା କାରଣରୁ ଏହାକୁ ଲୋକ ମାନେ ବିଶେଷ କରି ଖାଣ୍ଟି କୋରାପୁଟିଆ ମାନେ ଆଗ୍ରହର ସହିତ କିଣି ନେଇଥାନ୍ତ। ଏହାକୁ ରାନ୍ଧିବାର ପ୍ରଣାଳୀ , ଏହାକୁ ଚୁନା ଚୁନା କରିକାଟି ତରକାରୀ କରିବା ସହିତ ବରା ଭଳି ଛାଣି ମଧ୍ୟ ତରକାରୀ କରାଯାଏ। ସେହିପରି ଏହାକୁ ସୁଖାଇ ଚୁନା କରି ମିଶାଇ ଆମ୍ବିଳ କରାଯାଏ।
Popular Categories



