www.samajalive.in
Thursday, December 11, 2025
26.1 C
Bhubaneswar

ସରୁନି ଓଭରବ୍ରିଜ୍ କାମ, ଆନ୍ଦୋଳନ ଚେତାବନୀ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାଠାରେ ୧୬  ନମ୍ବର ଜାତୀୟ ରାଜପଥ ଉପରେ ନିର୍ମାଣଧୀନ ଓଭର ବ୍ରିଜ ଦୀର୍ଘ ଦିନ ହେବ କାମ ଚାଲିଛି । ଫଳରେ ଗୋଟିଏ ପାର୍ଶ୍ୱ ରାସ୍ତାରେ ଯାତାୟାତ ଯୋଗୁଁ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାନବାହାନ ଗୁଡିକ ପାସ ହେବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏପରିକି ଜରୁରୀ କାଳୀନ ଆମ୍ବୁଲାନ୍ସ ସେବାରେ ମଧ୍ୟ୍ୟ ଅସୁବିଧା ସୃଷ୍ଟି ହେଉଛି । ଏନେଇ ସ୍ଥାନୀୟ ସମିତି ସଭ୍ୟ ତଥା ହୁମା ଭାଜପା ମଣ୍ଡଳ ସଭାପତି ଧ୍ରୁବ ଚରଣ ପଲାଇ ଲୋକମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନି । ତେଣୁ ବାଧ୍ୟ ହୋଇ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ନେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଦୀର୍ଘ ଦିନ ହେଲା ଓଭର ବ୍ରିଜ ନ ହେବା ଫଳରେ  ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ସୂଚନା ଯୋଗ୍ୟ ଯେ ହୁମା ଠାରେ ହେଉଥିବା ଓଭର ବ୍ରିଜ ଦୀର୍ଘ ବର୍ଷ ହେଲା ନିର୍ମାଣ ହେଇପାରୁନି । ଫଳରେ ବିଶେଷ ଭାବରେ ସନ୍ଧ୍ୟା ସମୟରେ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି । ରାଜପଥର ଉଭୟ ପଟର ଯାନବାହାନ ଗୋଟିଏ ରାସ୍ତାରେ ଯାଉଥିବା ବେଳେ ଆସ୍କା, ହୁମାକୁ ସଂଯୋଗ ରାଜ୍ୟ ରାଜପଥ ମଧ୍ୟ ଓଭର ବ୍ରିଜ ନିକଟରେ ସରିଛି । ଫଳରେ ତିନି ପଟୁ ଆସୁଥିବା ଯାନବାହାନ ଗୋଟିଏ ରାସ୍ତାରେ ଯିବା ସମସ୍ୟା ସୃଷ୍ଟି ହେଉଛି । ଜାତୀୟ ରାଜପଥ ପ୍ରାଧିକାରଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଜନସାଧାରଣ ପକ୍ଷରୁ ଦାବି ହେଉଛି ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories