ରଣପୁରଗଡ : ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ଉଦବେଗ ପ୍ରକାଶ କରିଛନ୍ତି। ବରିଷ୍ଠ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ପୂର୍ତ୍ତବିଭାଗ ରାସ୍ତା କାମ ତ୍ୱରାନ୍ୱିତ କରିବା ଚୁକ୍ତିନାମା ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଏ ଆଇ କ୍ୟାମେରା ଦ୍ୱାରା ତଦାରଖ ପାଇଁ ନିଷ୍ପତି ନେଇଥିବା ଜଣାପଡିଛି। କିନ୍ତୁ ବର୍ଷ ବର୍ଷ ଧରି ଚୁକ୍ତିନାମାକୁ ବେଖାତିର କରାଯାଉଛି। ନିର୍ମାଣାଧିନ କାର୍ଯ୍ୟ ବିପଦ ସଙ୍କେତ ନଥିବାରୁ ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଜୀବନ ଯାଉଛି। ଦର୍ପନାରାୟଣପୁରଠାରୁ ରଣପୁର ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତୀକରଣ କ୍ଷେତ୍ରରେ ତିନି ବର୍ଷଧରି ନିର୍ମାଣ ଚାଲିଛି । ଏହାର ଲମ୍ବ ମାତ୍ର ୧୩ କିଲୋମିଟର।
ବଜ୍ରକେ।ଟ ନିକଟ ରାସ୍ତା କଡରେ ଦୁଇଟି ପେ।ଖରୀ ରହିଛି ଯେଉଁଠାରେ ସୁରକ୍ଷା ବାଡ ମଧ୍ୟ ନିର୍ମାଣାଧିନ ଅବସ୍ଥାରେ ରହିଛି। ବିପଦ ଶଙ୍କୁଳ ଥିଲେ ମଧ୍ୟ ସୂଚନା ସଙ୍କେତ ନାହିଁ। ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ତିନିରୁ ଅଧିକ ମୃତ ଓ ୧୦ରୁ ଅଧିକ ଆହତ ହେଲେଣି। ଗତ ଅଗଷ୍ଟ ୩ ତାରିଖ ବିଳମ୍ବିତ ରାତିରେ ଏକ ଦୁର୍ଘଟଣାରୁ ଅଳ୍ପକେ ଜୀବନ ବଞ୍ଚିଥିବା ଜଣାପଡିଛି। ପୁର୍ତ୍ତବିଭାଗ ଅଧିଖଣ୍ଡ ଯନ୍ତ୍ରୀ ରାଧେଶ୍ୟାମ କୁହନ୍ତି ଦିନେ ଦୁଇ ଦିନ ମଧ୍ୟରେ ସୁରକ୍ଷା ସଙ୍କେତ ରଣପୁର ଯନ୍ତ୍ରୀ ଦୟାନିଧି ରାୟଗୁରୁଙ୍କୁ କହି ମରାଯିବ। ବିଭାଗୀୟ ଉଚ୍ଚ ଅଧିକାରୀ ଦର୍ପନାରାୟଣପୁର ରଣପୁର ରାସ୍ତା ଏ ଆଇ କ୍ୟାମେରା ଦ୍ୱାରା ସର୍ବେକ୍ଷଣ କରିବା ପାଇଁ ସାଧାରଣରେ ଅନୁରୋଧ କରାଯାଇଛି।



