www.samajalive.in
Friday, December 5, 2025
26.1 C
Bhubaneswar

ଆଜି ଖୋଲିବ ବଳଙ୍ଗା ରହସ୍ୟ

ଭୁବନେଶ୍ବର/ବଳଙ୍ଗା: ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ ସରିଛି। ପୁରୀ ଜିଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ଼ ସହ ତଦନ୍ତ ପରିସରକୁ ଆସିଥିବା ସମସ୍ତଙ୍କୁ ଜେରା କରି ତଥ୍ୟ ହାସଲ ଶେଷ ହୋଇଛି। କିଏ ଦୋଷୀ, ପ୍ରକୃତ ଘଟଣା ଓ ଅଭିଯୋଗର ସତ୍ୟତା ଓ ଷଡ଼ଯନ୍ତ୍ରକାରୀକୁ ସାର୍ବଜନୀନ କରିବାକୁ ଯୋଜନା କରୁଛି ପୁରୀ ପୁଲିସ। ଆଜି ଏହି ସମ୍ବେଦନଶୀଳ ଘଟଣାର ରହସ୍ୟ ଉନ୍ମୋଚନ ଲାଗି ଯୋଜନା ହୋଇଥିବା ଜଣାପଡିଛି।
ଉପରିସ୍ଥ ଅଧିକାରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଯାଇଛି। ସମସ୍ତ ପ୍ରମାଣ ମିଳିସାରିଥିଲେ ବି ନାବାଳିକା ମାମଲା ଓ ଅତି ସମ୍ବେଦନଶୀଳ ଥିବାରୁ ସମୟ ନିଆଯାଉଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ବୟାନ ଓ ତଦନ୍ତ ପରିସରକୁ ଆସି ଜେରାର ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି। ଏ ସଂକ୍ରାନ୍ତରେ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ପୁରୀ ପୁଲିସକୁ କ୍ରାଇମବ୍ରାଞ୍ଚ ଦଳ ତଦନ୍ତରେ ସହାୟତା କରୁଥିଲା। ତଦନ୍ତକାରୀ ଦଳ ସତ୍ୟ ଆଧାରିତ ତଥ୍ୟରେ ପହଞ୍ଚି ସାରିଛନ୍ତି। ସେହିପରି ପୀଡ଼ିତାଙ୍କ ବୟାନ ରେକର୍ଡ କରି ଦିଲ୍ଲୀ ଏମ୍ସରୁ ଫେରିଛନ୍ତି ତଦନ୍ତକାରୀ ଅଧିକାରୀ ତଥା ଡିଏସ୍‌ପି କଳ୍ପନା କଅଁର ଓ ବଳଙ୍ଗା ଥାନାଧିକାରୀ। ଶୁକ୍ରବାର ଅପରାହ୍ଣରେ ସେମାନେ ବଳଙ୍ଗା ଥାନାରେ ପହଞ୍ଚିଛନ୍ତି। ପରେ ବରିଷ୍ଠ ଅଧିକାରୀଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି। ସମସ୍ତ ତଥ୍ୟକୁ ଅଦାଲତରେ ମଧ୍ୟ ଦାଖଲ କରାଯାଇଛି। ଜନୈକ ଅଧିକାରୀଙ୍କ କହିବା ଅନୁସାରେ, କୌଣସି କାରଣକୁ ନେଇ ପୀଡ଼ିତା ମାସେରୁ ଅଧିକ ଦିନ ହେବ ମାନସିକ ଅବସାଦରେ ଥିଲେ। ଏହି କାରଣକୁ ନେଇ ଏହି ଅଘଟଣ ଘଟିଥାଇପାରେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସେପଟେ ପୀଡ଼ିତାଙ୍କୁ ୩ ଜଣ ଉଠାଇ ନେଇଥିବା ପ୍ରତ୍ୟକ୍ଷଦର୍ଶୀ ଦୁଃଖିଶ୍ୟାମ ସେନାପତିଙ୍କୁ ସେ କହିନଥିବା ପୁଲିସ ଆଗରେ ବୟାନ ଦେଇଥିଲେ। ଏହି ଘଟଣା ପ୍ରଘଟ ହେବା ପରଠାରୁ ଦୁଃଖିଶ୍ୟାମଙ୍କ ସନ୍ଧାନ ମିଳୁନି। ସେ ଘରୁ ବାହାରୁ ନାହାନ୍ତି ଓ ଗଣମାଧ୍ୟମ ଆଗରେ ବି ମୁହଁ ଖୋଲୁନାହାନ୍ତି। ଏକପ୍ରକାର ସେ ଆତ୍ମଗୋପନ କରିଥିବା କୁହାଯାଉଛି। ସେ ଘଟଣାର ମୋଡ଼ ବଦଳାଇବାକୁ ମନଗଢ଼ା ବୟାନ ଦେଇଥିବା କଥା ଚର୍ଚ୍ଚା ହେଉଛି। ଘଟଣା ପରେ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଦୁଃଖିଶ୍ୟାମ ଅସୁରକ୍ଷିତ ମଣି ନିଜର ସୁରକ୍ଷା ଲୋଡ଼ିଥିଲେ। ବଳଙ୍ଗା ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଘର ସମ୍ମୁଖରେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ସେଠାରୁ ୨୪ ଘଣ୍ଟିଆ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ସେହିଭଳି ପୀଡ଼ିତାଙ୍କ ଘରକୁ ମଧ୍ୟ ପୁଲିସ ଜଗି ରହିଥିଲା। ଏବେ ଅଧିକାଂଶ ସମୟ ତାଙ୍କ ଘରେ ତାଲା‌ ଝୁଲୁଛି। ଏଥିସହ ଘଟଣା ଘଟିଥିବା ସ୍ଥାନରେ କେନାଲ ପାଣି ମାଡ଼ିଯାଇଛି। ଗାଁ ଏବେ ଶୂନ୍‌ଶାନ୍‌ ଓ ନିସ୍ତବ୍ଧ। ଘଟଣାର ସତ୍ୟତା ଜାଣିବାକୁ ପୀଡ଼ିତାଙ୍କ ଗାଁଲୋକେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories