www.samajalive.in
Saturday, December 6, 2025
16.1 C
Bhubaneswar

ବାଇକ ଚୋର ଗିରଫ 

ସମ୍ବଲପୁର: ସମ୍ବଲପୁରର ଅମ୍ବିରା ନଗର ସମ୍ମୁଖରେ ସ୍ଥିତ ଏକ ଦୋକାନ ସମ୍ମୁଖରୁ ଏକ ବାଇକ ଗତ ୨୮ ତାରିଖରେ ଚୋରି ହୋଇଯାଇଥିଲା । ଏହି ଘଟଣାରେ ବାଇକ ମାଲିକ ସାକ୍ଷୀପଡା ନିବାସୀ ଦୁର୍ଗା ପ୍ରସାଦ ମୋଚି ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଅଇଁଠାପାଲି ଥାନାରୁ ମାତ୍ର ୧୦୦ ମିଟର ଦୂରରୁ ବାଇକ ଚୋରି ହୋଇଥିବାରୁ ପୁଲିସ ସକ୍ରିୟ ହୋଇ ମୁଦିପଡା ହାଉସିଂ ବୋର୍ଡ କଲୋନୀ ନିବାସୀ ସମୀର କୁମାର ପୃଷ୍ଟି (୨୬) ନାମକ ଜଣେ ଯୁବକଙ୍କୁ ଧରିବା ସହିତ ତା ନିକଟରୁ ଚୋରି ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତକୁ ପୁଲିସ ଅଦାଲତକୁ ଚାଲାଣ କରିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories