www.samajalive.in
Sunday, December 14, 2025
26.1 C
Bhubaneswar

ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ କାନ୍ଦି ପକାଇଲେ ପ୍ରଜ୍ଞା, କହିଲେ …

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ୭ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏନଆଇଏ କୋର୍ଟ । ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ପ୍ରଜ୍ଞା କହିଛନ୍ତି ଯେ ଗତ ୧୭ବର୍ଷ ମଧ୍ୟରେ ମୋର ଜୀବନ ନଷ୍ଟ ହୋଇଗଲା । ୧୭ବର୍ଷ ଧରି ବହୁ ନିର୍ଯାତନା ସହିଛି । ଏହା ଭଗବତଙ୍କ ବିଜୟ । ଯେଉଁମାନେ ଭଗବତର ଅପମାନ କରନ୍ତି ଭଗବାନ ସେମାନଙ୍କୁ ଦଣ୍ଡ ଦେବେ । ପ୍ରଜ୍ଞା ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ତଦନ୍ତ ପାଇଁ ଡକାଯାଇଥିଲା ଏବଂ ଗିରଫ କରାଗଲା । ଏହାପରେ ମୋତେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା । ମୁଁ ଜଣେ ସନ୍ଥଙ୍କ ଜୀବନ ବଞ୍ଚୁଥିଲି କିନ୍ତୁ ମୋତେ ଫସାଇ ଅଭିଯୁକ୍ତ କରାଯାଇଥିଲା ।
ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର କହିଛନ୍ତି ଯେ ମାମଲା ଚାଲିଥିବା ବେଳେ ଆମ ସହିତ କେହି ଆସିନଥିଲେ । ମୁଁ ବଞ୍ଚିଛି କାରଣ ମୁଁ ଜଣେ ସନ୍ୟାସୀ । ଏକ ଷଡଯନ୍ତ୍ର ଅଧୀନରେ ବଦନାମ କରାଯାଇଛି । ଆଜି ଭଗବତ ଜିତିଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଭଗବାନ ଦଣ୍ଡ ଦିଅନ୍ତୁ ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories