www.samajalive.in
Saturday, December 13, 2025
26.1 C
Bhubaneswar

ଗିଲ୍‌ଙ୍କ ନିକଟରେ କୀର୍ତ୍ତିମାନ ସୁଯୋଗ

ଲଣ୍ଡନ: ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲ୍‌ ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଗିଲ୍‌ ୪ଟି ଟେଷ୍ଟ ମ୍ୟାଚରୁ ୮ଟି ଇନିଂସରୁ ୪ଟି ଶତକ ସହ ୭୨୨ରନ କରିଛନ୍ତି। ଗୁରୁବାରଠାରୁ ଦି ଓଭାଲରେ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ମ୍ୟାଚରେ ଯଦି ଗିଲ୍‌ ଆଉ ୨୫୩ରନ କରିପାରିବେ ତେବେ କ୍ରିକେଟ କିମ୍ବଦନ୍ତୀ ସାର ଡନ ବ୍ରାଡମାନଙ୍କ କୀର୍ତ୍ତିମାନକୁ ଭାଙ୍ଗିବାରେ ସଫଳ ହେବେ। ଏକ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ରନ କରିବାର କୀର୍ତ୍ତିମାନ ସାର ଡନ୍‌ ବ୍ରାଡମାନଙ୍କ ନାମରେ ରହିଛି। ବ୍ରାଡମାନ ୧୯୩୦ ଆସେସ ଟେଷ୍ଟ ଶୃଙ୍ଖଳାରେ ଇଂଲଣ୍ଡ ବିପକ୍ଷରେ ୯୭୪ରନ କରିଥିଲେ। ୫ଟି ଟେଷ୍ଟ ମ୍ୟାଚରୁ ବ୍ରାଡମାନ ଉକ୍ତ ରନ କରିଥିଲେ। ବ୍ରାଡମାନଙ୍କ ଉକ୍ତ କୀର୍ତ୍ତିମାନ ୯୫ ବର୍ଷ ହେବ ଅତୁଟ ରହିଛି। ଗିଲ୍‌ ବର୍ତ୍ତମାନ ଭଲ ଫର୍ମରେ ରହିଥିବାରୁ ଦି ଓଭାଲ ଟେଷ୍ଟରେ ଆଉ ୨୫୩ରନ କରିବା ସହ ବ୍ରାଡମାନଙ୍କ କୀର୍ତ୍ତିମାନକୁ ଭାଙ୍ଗିପାରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories