www.samajalive.in
Friday, December 5, 2025
27.1 C
Bhubaneswar

୧୬ବର୍ଷରୁ କମ୍ ବୟସ ପିଲାଙ୍କୁ ୟୁଟ୍ୟୁବ୍ ବ୍ୟବହାର ମନା

କାନବେରା : ଅଷ୍ଟ୍ରେଲିଆ ସରକାର ଦେଶର ୧୬ବର୍ଷରୁ କମ୍ ବୟସର ପିଲାଙ୍କୁ ୟୁଟ୍ୟୁବ୍‌ ଚାନେଲ ଖୋଲିବାକୁ ବାରଣ କରିଛନ୍ତି। ଆସନ୍ତା ଡିସେମ୍ବରରୁ ଏହି କଟକଣା ଲାଗୁ ହେବ। ପୂର୍ବରୁ ଏହି କଟକଣା ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ଯଥା ଇନଷ୍ଟାଗ୍ରାମ୍‌, ଟ୍ବିଟର, ଫେସ୍‌ବୁକ, ଟିକ୍‌ଟକ୍‌, ସ୍ନାପଚାଟ କ୍ଷେତ୍ରରେ ଲାଗୁ ହୋଇସାରିଛି। କର୍ତ୍ତୃପକ୍ଷ କହିଛନ୍ତି ଯେ ୟୁଟ୍ୟୁବ୍ ଏକ ଭିଡିଓ ପ୍ଲାଟଫର୍ମ ହୋଇଥିବାରୁ ପିଲାମାନେ ଅନେକ ସମୟରେ ବିପଜ୍ଜନକ ବିଷୟବସ୍ତୁ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ସେମାନଙ୍କୁ ନିଜସ୍ବ ଆକାଉଣ୍ଟ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଅନ୍ୟପଟେ ନାବାଳକମାନେ ୟୁଟ୍ୟୁବ୍‌ର ଭିଡିଓ ଦେଖିବାରେ କୌଣସି କଟକଣା ରହିବ ନାହିଁ। ପିଲାମାନଙ୍କୁ ଅନଲାଇନରେ ଉପଲବ୍ଧ କ୍ଷତିକାରକ ବିଷୟବସ୍ତୁ ଓ ମାନସିକ ବିଷାଦ ସମ୍ପର୍କିତ ଭିଡିଓରୁ ଦୂରେଇ ରଖିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories