www.samajalive.in
Sunday, December 14, 2025
23.1 C
Bhubaneswar

ବଡ଼ମ୍ବାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯୨୩ କୋଟିର ପ୍ରକଳ୍ପ ଭେଟି

କଟକ: ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କାଳିଆ ଛାତ୍ରବୃତି ଯୋଜନା ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ନରସିଂହପୁରଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ୯୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ କହିଛନ୍ତି ଯେ ଓଡ଼ିଶାର ଚାଷୀ, ଭୂମିହୀନ, ନାମମାତ୍ର ଚାଷୀ, କୃଷି ଶ୍ରମିକ ଏବଂ ସେମାନଙ୍କ ପିଲାଙ୍କ ପାଇଁ ଭାରତ ସରକାରଙ୍କ କିଷାନ୍‍ ଯୋଜନାଠାରୁ କାଳିଆ ଯୋଜନା ଭଲ। କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ମିଳୁଥିବା ବେଳେ ଏହାକୁ ୧୦ହଜାର ଟଙ୍କାକୁ ବୃଦ୍ଧି କରିବା ଏବଂ ବିନା ସୁଧରେ ଋଣ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ବଡ଼ମ୍ବା ଏବଂ ନରସିଂହପୁର ବ୍ଲକ୍‍ର ୭୩ଟି ଗ୍ରାମପଞ୍ଚାୟତର ସମସ୍ତ ଅଧିବାସୀଙ୍କୁ ମହାନଦୀରୁ ପାନୀୟ ଜଳ ଯୋଗାଇ ଦେବାକୁ ୨୭୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୃହତ ମେଗା ପାନୀୟ ଜଳ ପ୍ରକଳ୍ପର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories