www.samajalive.in
Friday, December 5, 2025
20.1 C
Bhubaneswar

ଚୋରା ଖଣିରୁ ପଥର କଟା ମେସିନ୍ ଜବତ

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ରାଇପଡା ଓ ଚାନ୍ଦପୁର ରାଜସ୍ୱ ମଣ୍ଡଳ ଅଞ୍ଚଳରେ ମାଙ୍କଡା ପଥର ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି। ସବୁଜ ନ୍ୟାୟ ପ୍ରାଧିକରଣ ହସ୍ତକ୍ଷେପ ପରେ କିଛି ଦିନ ଖଣି ଖନନ ବନ୍ଦ ଥିଲା। ଏବେ ମାଫିଆଙ୍କ ଟାର୍ଗେଟରେ ଗୋଚର ଜମି ଉପରେ। ରାଜସ୍ୱ ଅଧିକାରୀଙ୍କୁ ଭୟ ଦେଖାଇ ଦିନ ଦ୍ୱିପ୍ରହରରେ ମାଙ୍କଡା ପଥର କାଟି ଚାଲିଛନ୍ତି। ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି। ୩୦ ଜୁଲାଇ ମଧ୍ୟାନ୍ନ ରେ ବେଣ୍ଟ ମୌଜା ଗୋଚର ଯାଗାରେ ମାଙ୍କଡା ପଥର କଟାଯାଉଥିବା ରଣପୁର ତହସିଲଦାର ଡ. ଆର୍ଯ୍ୟ କୁମାର ସର୍ବଦମନ ଖବର ପାଇଥିଲେ। ତୁରନ୍ତ ଚାନ୍ଦପୁର ରାଜସ୍ୱ ଅଧିକାରୀ ବିରୁପାକ୍ଷ ବିଶ୍ୱାଳ, ରାଜସ୍ବ ସୁପରଭାଇଜର ଶିବ ପ୍ରଧାନ, ଚାନ୍ଦପୁର ଥାନା ଉପ ନିରୀକ୍ଷକ ସଞ୍ଜୟ କୁମାର ପରିଡାଙ୍କୁ ସଙ୍ଗରେ ଧରି ଚୋରା ଖଣିକୁ ଯାଇ ଗୋଟିଏ ପଥରକଟା ମେସିନ ଜବତ କରିଥିବା ଜଣାପଡିଛି। ମାଫିଆମାନେ ଚାପ ପକାଇ ଫାଇନ ଦେଇ ପଥର କଟା ମେସିନ ନେଇ ପୁଣି ପଥର କାଟିବା ପାଇଁ ଚକ୍ରାନ୍ତ କରୁଥିବା ଅଭିଯୋଗ ହେଉଛି।

ବଡ ଖୁସି ନେଇ ଆସୁଛି ଅଗଷ୍ଟ.. ଗ୍ରହଙ୍କ ମହାଚଳନ: ଧନର ଗଦିରେ ଶୋଇବେ ଏହି ରାଶି, ହଠାତ୍‌ ହେବେ କୋଟିପତି, ମିଳିବ ଏସବୁ ସଫଳତା..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories