www.samajalive.in
Friday, December 5, 2025
20.1 C
Bhubaneswar

ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ଏବିଇଓଙ୍କୁ ଦାବିପତ୍ର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ୟୁନିଫାଇଡ ଅଟୋମେସନ ସିଷ୍ଟମର ପ୍ରତ୍ୟାଖ୍ୟାନ କରିବା ପାଇଁ ଏବିଇଓ ମୋହନ ରାଓ କଣ୍ଡାଗାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକ ମିଳିତ ଶିକ୍ଷକ ମଞ୍ଚର ସଭାପତି ଶିବାରାମ କାଡ୍ରାକାଙ୍କ ନେତୃତ୍ୱରେ ବିଭିନ୍ନ ବିଦ୍ୟାଳୟର ବିଭିନ୍ନ ବର୍ଗର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକତ୍ରିତ ହୋଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ୭ଦଫା ମୌଳିକ ଦାବି ନେଇ ଅରିତିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ପତ୍ରରେ ଶ୍ରେଣୀୱାରୀ ଶିକ୍ଷକ ନିଯୁକ୍ତି, ଶ୍ରେଣୀୱାରୀ ଶ୍ରେଣୀ ଗୃହ, ପ୍ରତ୍ୟେକ ବିଦ୍ୟାଳୟକୁ କମ୍ପ୍ୟୁଟର, ଡେସ୍କଟପ କିମ୍ବା ଲାପଟପ ଯୋଗାଣ, ଡାଟା ନେଟୱର୍କ ନିମନ୍ତେ ଅନୁଦାନ, ପ୍ରଧାନଶିକ୍ଷକ ନିଯୁକ୍ତି, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗଣପୋଷକ ଭତ୍ତା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାସିକ ବେତନରେ ଥିବା ତାରତମ୍ୟ ଦୂରୀକରଣ ପାଇଁ ଉଲ୍ଲେଖ କରାଯାଇଛି। ଏହାକୁ ଗୁରୁତ୍ବ ଦେଇ ଦାବି ପୂରଣ କରିବା ପାଇଁ ଏବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରେରଣ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ସମ୍ପାଦକ ନୟନ କୁମାର ଦାସ, ଉପସଭାପତି ବସନ୍ତ କୁମାର ପାଢ଼ୀ ସମେତ ବରିଷ୍ଠ ଓ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories