ଗୋପାଳପୁର- ଗୋପାଳପୁ ବୁଲିବାକୁ ପରିବାର ସହ ଆସିଥିବା ଜଣେ ପର୍ଯ୍ୟଟକଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି।ମୃତକ ଜଣଙ୍କ ପଶ୍ଚିମବଙ୍ଗ ହୁଗୁଳି ଜିଲା ପାଣ୍ଡୁଆ ଥାନା ଅନ୍ତର୍ଗତ କମଟାଇ ଗ୍ରାମର ଅନିମେଶ ଦାସ(୫୧)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ୪୨୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଅନିମେଶ ଦାସ ତାଙ୍କ ପରିବାର ସହ ଗତ ୨୬ ରେ ଗୋପାଳପୁର ଆସି ବେଳାଭୂମି ରେ ଥିବା ଏକ ହୋଟଲ ରେ ରହି ଆସୁଥିଲେ। ସେମାନେ ରବିବାର ସନ୍ଧ୍ୟା ସମୟରେ ବେଳାଭୂମିରେ ବୁଲୁଥିବା ବେଳେ ହଠାତ ଅନିମେଶ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଓ ହୋଟଲ ପକ୍ଷରୁ ତାଙ୍କୁ ଏମେକେସିଜି ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।



