www.samajalive.in
Friday, December 5, 2025
27.1 C
Bhubaneswar

ଭାରତ ସରକାରଙ୍କ ବଡ କୂଟନୈତିକ ବିଜୟ-ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡକୁ ରଦ୍ଦ କଲେ ୟେମନ ସରକାର

ଡିଜିଟାଲ ଡେସ୍କ – ୟେମନରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ କୋହଳ କରାଯାଇଥିବା ସେଠାରା ଇସଲାମୀୟ ବିଦ୍ୟାନ ସୂଚନା ଦେଇଛନ୍ତି । ପୂର୍ବରୁ ସୁଫି ବିଦ୍ୟାନମାନଙ୍କ ହସ୍ତକ୍ଷେପ ଯୋଗୁଁ ଶେଷ ମୂହୁର୍ତ୍ତରେ ତାଙ୍କର ମୃତ୍ୟୁ ଦଣ୍ଡକୁ ସ୍ଥଗିତ ରଖାଯାଇଥିଲା । ସୂଚନାଯୋଗ୍ୟ, ୨୦୧୭ରେ ୟେମେନ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ନର୍ସ ନିମିଷା ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଏଥିରେ ଭାରତ ସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଟ୍ରାଏଲ କୋର୍ଟଙ୍କ ଆଦେଶ ବିରୋଧରେ ନର୍ସଙ୍କ ପରିବାର ୟେମେନର ସୁପ୍ରିମକୋର୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ ୨୦୨୩ ମସିହାରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ଏହାପରେ ୟେମେନର ରାଷ୍ଟ୍ରପତି ୨୦୨୪ରେ ମଧ୍ୟ ନର୍ସଙ୍କ ପରିବାରର ଆବେଦନକୁ ଖାରଜ କରି ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଥିଲେ। ନର୍ସଙ୍କ ମୁକ୍ତି ତଲାଲ ଅବଦୋ ମହଦିଙ୍କ ପରିବାର ଏବଂ ତାଙ୍କ ଆଦିବାସୀ ନେତାଙ୍କ କ୍ଷମା ଉପରେ ନିର୍ଭରଶୀଳ ଥିଲା। ସେମାନେ କ୍ଷମା ନ ଦେବାରୁ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଗ୍ରହଣ କରାଯାଇଥିଲା।

ଏବେ ୟେମନ ସରକାର ତାଙ୍କ ମୃତ୍ୟୁ ଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରିଥିବା ଜଣା ପଡିଛି । ଏହା ଭାରତ ସରକାରଙ୍କ ବଡ କୂଟନୈତିକ ବିଜୟ । ରବିବାର ରାତିରେ ବରିଷ୍ଠ ସୁନ୍ନି ନେତା କାନ୍ଥାପୁରମ ଏପି ଆବୁବକର ମୁସସଲିୟାର ଏ ବିଷୟରେ ସୂଚନା ଦେଇଛନ୍ତି । ଜୁଲାଇ ୧୬ ତାରିଖରେ ସୁଫି ବିଦ୍ୟାନଙ୍କ ହସ୍ତକ୍ଷେପ ଯୋଗୁଁ ଶେଷ ମୂହୁର୍ତ୍ତରେ ନିମିଷାଙ୍କ ଫାଶୀ ଦଣ୍ଡ ସ୍ଥଗିତ ରଖାଯାଇଥିଲା । ସୁଫି ବିଦ୍ୟାନଙ୍କ ସହ ଉତ୍ତର ୟେମନର ସରକାରୀ ଅଧିକାରୀ ଏବଂ ଅନ୍ତର୍ଜାତୀୟ କୂଟନୈତିଜ୍ଞମାନେ ଏ ବିଷୟରେ ଆଲୋଚନା କରିଥିଲେ । ଏହାପରେ ମୃତ୍ୟୁ ଦଣ୍ଡକୁ ସ୍ଥଗିତ ରଖାଯାଇଥିବା ବରିଷ୍ଠ ସୁନ୍ନି ନେତା କାନ୍ଥାପୁରମ ଏପି ଆବୁବକର ମୁସସଲିୟାର ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି ।

- Advertisement -

ନିମିଷା ଜେଲ୍‌ରୁ ମକ୍ତ ହେବେ ନାଁ ତାଙ୍କ ଆଜୀବନ କାରାଦଣ୍ଡ ଦିଆଯିବ ସେ ବିଷୟରେ ନିଷ୍ପତ୍ତି ନିଆଯିବ । ଏବେ ନିମିଷାପ୍ରିୟାଙ୍କ ପାଇଁ ଦୁଇଟି ବିକଳ୍ପ ରହିଛି । ତାଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ୟେମନରେ ପ୍ରଚଳିତ ଦିୟା ବା ସ୍ୱ ଉପାର୍ଜିତ ଧନ ଦେବା ପାଇଁ ପଡିବ । ଏବେ ତଲାଲ ଅବଦୋ ମହଦିଙ୍କ ହତ୍ୟା ଅଭିଯୋଗ କରିଥିବା ପରିବାର ଲୋକଙ୍କ ଉପରେ ଏହି ଦୁଇଟି କଥା ନିର୍ଭର କରେ ବୋଲି ଜଣା ପଡିଛି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories