www.samajalive.in
Sunday, December 14, 2025
16.1 C
Bhubaneswar

ବନରକ୍ଷୀଙ୍କ ସରକାରୀ ବାସଗୃହ ପାଲଟିଛି ଭୂତ କୋଠୀ

କଲ୍ୟାଣସିଂହପୁର: ରାୟଗଡା ଉପଖଣ୍ଡ କଲ୍ୟାଣସିଂହପୁର ରେଞ୍ଜ ଶିକରପାଇ ସେକ୍ସନ ସାଜା ବିଟ ଅଧିନସ୍ଥ ମାଝୀଗୁଡାରେ ଥିବା ବନରକ୍ଷୀଙ୍କ ସରକାରୀ ବାସଗୃହ ଭୂତ କୋଠୀ ପାଲଟିଥିବା ଦେଖିବାକୁ ମିଳିଛି। ଏଠାରେ ନିଯୁକ୍ତି ପାଇଥିବା ବନରକ୍ଷୀ ରାମ ସାମଲ ବହୁଦିନ ହେବ ବାସଗୃହ ଖୋଲୁ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଘର ପ୍ରାୟ ଦୁଇ ବର୍ଷ ପୂର୍ବରୁ ଖୋଲା ରହୁଥିଲା। ବର୍ତ୍ତମାନ ଖୋଲା ରହୁନଥିବାରୁ ଚତୁଃପାର୍ଶ୍ୱରେ ଜଙ୍ଗଲ ସୃଷ୍ଟି ହୋଇଛି। ଘରକୁ ଲତା ମାଳ ଥିବା ବେଳେ ଛାତ ଉପରେ ଛୋଟ ଛୋଟ ଘାସ ଗଛ ଉଠି ଯାଇଛି। ତାହା ବ୍ୟବହାର ହେଉ ନ ଥିବାରୁ ଅବ୍ୟବସ୍ଥାରେ ପଡି ରହିଛି। ଉକ୍ତ ଘରେ ସରୀସୃପ, ସାପମାନେ ରହିଥିବା କହିଛନ୍ତି। ସନ୍ଧ୍ୟା ହେଲେ ପିଲାମାନେ ଉକ୍ତ ଘରକୁ ଦେଖି ଭୟଭୀତ କରୁଥିବା ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ଦାୟିତ୍ୱରେ ଥିବା ବନରକ୍ଷୀ ଉକ୍ତ ଘରେ ନ ରହି ନିଜ ଗ୍ରାମରେ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଲୋକ ମାନେ କୌଣସି କାର୍ଯ୍ୟ ପାଇଁ ବନରକ୍ଷୀଙ୍କ ନିକଟକୁ ଯେତେବେଳେ ଆସିଲେ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଥିବା ଅଭିଯୋଗ କରିଛନ୍ତି। ସରକାର ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା କୋଠରୀ ଏବେ ଭୂତ କୋଠୀରେ ପରିଣତ ହୋଇଛି। କେହି ରହୁ ନ ଥିବାରୁ ଓ ରକ୍ଷଣାବେକ୍ଷଣ ଅଭାବରୁ ଘରଟି ଭାଙ୍ଗିବା ଅବସ୍ଥାରେ ଆସିଲାଣି। ଆବଶ୍ୟକ ସ୍ଥଳେ ସାଧାରଣ ଲୋକେ ବନରକ୍ଷୀଙ୍କୁ ଖୋଜୁଛନ୍ତି। ତାଙ୍କର ସରକାରୀ ଘରକୁ ଆସୁନଥିବାରୁ ବିଭାଗ ଉପରେ ଲୋକଙ୍କ ବିଶ୍ୱାସ ତୁଟିବାରେ ଲାଗିଛି। ସରକାରୀ ଘର ଖୋଲୁ ନାହାନ୍ତି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଉକ୍ତ ବିଷୟରେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କୁ ପଚାରିବାରୁ ସେ କହିଲେ ଆମର ନିୟମିତ ଅନଲାଇନ ମାଧ୍ୟମରେ ଉପସ୍ଥାନ ପଡୁଛି, ବର୍ତ୍ତମାନ ହାତୀ ଆସୁଥିବାରୁ କାର୍ଯ୍ୟସ୍ଥଳରେ ରହୁଛନ୍ତି। ରାତ୍ର ପାଟ୍ରୋଲିଂ ମଧ୍ୟ କରୁଥିବା କହିଛନ୍ତି। ଯେଉଁ ଲୋକଙ୍କ ଯାହା ଅଭିଯୋଗ ଅଛି ବନରକ୍ଷୀ ଅନୁପସ୍ଥିତିରେ ଶିକରପାଇ ସେକ୍ସନରେ ଥିବା ବନପାଳ ନଚେତ ମୋ ପାଖକୁ ଆସିଲେ ତାଙ୍କ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।  

ବାସ୍ତୁ.. ସମ୍ପର୍କରେ ତିକ୍ତତା, ଘରୁ କଳହ, ଅଶାନ୍ତି ଦୂର କରେ ଘରେ ଥିଲେ ଏହି ଖାସ୍‌ ଗଛ, ଦାମ୍ପତ୍ୟ ଜୀବନରେ ବି ଆସେ ମଧୁରତା..

ଶ୍ରାବଣର ୩ୟ ସୋମବାରରେ ଗ୍ରହଙ୍କ ଦୁର୍ଳ୍ଲଭ ସଂଯୋଗ.. ପୁଣି ରାଜଯୋଗ; ଏହି ରାଶି ହେବେ ମାଲାମାଲ୍‌, ମିଳିବ ଏସବୁ ଖୁସି

- Advertisement -

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories