www.samajalive.in
Friday, December 5, 2025
26.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ହରିଦ୍ଵାର ଦଳାଚକଟା ଘଟଣା.. ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ୩୪ ଆହତ.. ବିଦ୍ୟୁତ ତାର ଛିଡ଼ିବା ଗୁଜବରୁ ଦଳାଚକଟା ଘଟିଥିବା ସୂଚନା..

ମାଟି ତଳୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା.. ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ମାଟି ତଳୁ ମିଳିଛି ପ୍ରାୟ ୩୫ ଲକ୍ଷ ଟଙ୍କା.. ମାଓବାଦୀମାନେ ଏହି ଟଙ୍କା ଲୁଚାଇ ରଖିଥିବାବେଳେ ଗୁପ୍ତ ସୂଚନା ଆଧାରରେ ଝାଡ଼ଖଣ୍ଡର ଚାଇବାସା ପୁଲିସ ଏହି ଟଙ୍କା ଜବତ କରିଛି..

- Advertisement -

ଫେରାର କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ.. ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ.. ଗିରଫ ପରେ ଅମରେଶଙ୍କୁ ନିଲମ୍ବନ କଲା ବିଜେଡି..

ବାଲେଶ୍ଵର ଏଫଏମ ୟୁନିଭର୍ସିଟି ଅଧ୍ୟାପକଙ୍କ କ୍ୱାର୍ଟର୍ସରେ ପତ୍ନୀଙ୍କୁ ଅସଦାଚରଣ ଘଟଣା.. ବଢିଲା ଫକୀର ମୋହନ ବିଶ୍ବ ବିଦ୍ୟାଳୟ ସୁରକ୍ଷା.. କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ବହିଷ୍କୃତ.. ଅଧିକ ୬ ଜଣ ସୁରକ୍ଷାକର୍ମୀ ନିଯୁକ୍ତ.. ଏଣିକି ବିଶ୍ଵ ବିଦ୍ୟାଳୟ ଭିତରକୁ ଗଲେ ଆଧାରକାର୍ଡ ଦେଖାଇବାକୁ ହେବ..

ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ରେ ଓଡ଼ିଶା କଥା.. ଦେଶବାସୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜର ମତ ରଖିଥିବାବେଳେ ଏଥିରେ ଓଡିଶାର କେନ୍ଦୁଝର ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ଏବଂ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ଶାଢୀ ସ୍ଥାନ ପାଇଛି.. କହିଲେ ଓଡ଼ିଶାର ମୟୂରଭଞ୍ଜରେ ଆଦିବାସୀ ମହିଳାମାନେ ସାନ୍ତାଳୀ ଶାଢୀକୁ ନୂଆ ଜୀବନ ଦେଇଛନ୍ତି.. କେନ୍ଦୁଝରର ରାଧା କୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ପରିବେଶ ସୁରକ୍ଷାକୁ ନେଇ ସଚେତନତା ମନ୍ତ୍ର ଦେଉଛନ୍ତି.. ସଂକୀର୍ତ୍ତନ ଜରିଆରେ ବନାଗ୍ନୀ ବାବଦରେ ସଚେତନ କରୁଛନ୍ତି.. ଏହି ପଦକ୍ଷେପ ପଛରେ ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ..

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories