ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡ ଏବେ ନିଜ ନୂଆ ୭୫୦ ସିସି ବାଇକ ଉପରେ କାମ କରୁଛି । ଏହି କ୍ରମରେ ଏବେ କମ୍ପାନୀ ୭୫୦ ସିସି ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଥିବା ପ୍ରଥମ ଫେୟର୍ଡ ବାଇକ୍ କଣ୍ଟିନେଣ୍ଟାଲ ଜିଟି-ଆର ୭୫୦କୁ ନେଇ ଲଗାତର ଚର୍ଚ୍ଚା ହେଉଛି । ନିକଟରେ ଟେଷ୍ଟିଂ ସମୟରେ ଏହାକୁ ଦେଖିବାକୁ ମିଳିଥିଲା । ୨୦୨୬ ମସିହା ସୁଦ୍ଧା ଏହା ଭାରତରେ ଲଞ୍ଚ୍ ହୋଇପାରେ ।
ଟେଷ୍ଟିଂ ସମୟରେ ଲିକ୍ ହୋଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଯାଇଛି କି ଏହି ମଡେଲ ବେସ୍ ଭାରିଆଣ୍ଟ ଭଳି ହୋଇଛି । ଏଥିରେ ଅଧିକାଂଶ କ୍ରୋମ୍ ଫିନିଶ୍ ନାହିଁ କିନ୍ତୁ ଇଞ୍ଜିନ୍ ଓ ଟ୍ବିନ୍ ଏଗଜଷ୍ଟରେ ସାମାନ୍ୟ କ୍ରୋମ୍ ଟଚ୍ ଦିଆଯାଇଛି ଯାହା ଏହାକୁ ଜିଟି ୬୫୦ର ଝଲକ ଦେଉଛି । ଗତ ଟେଷ୍ଟ ମଡେଲରେ ମ୍ୟାଟ୍ ବ୍ଲାକ୍ ଇଞ୍ଜିନ୍ ଓ ବ୍ଲାକ୍ଡ-ଆଉଟ୍ ଏଗଜଷ୍ଟ ନଜର ଆସିଥିଲା । କିନ୍ତୁ ଏଥର ଆଲୟ ହ୍ବିଲ୍ସ ବିଶିଷ୍ଟ ଭର୍ସନ ନଜର ଆସୁଛି । ବାଇକରେ ଫ୍ରଣ୍ଟରେ ଡୁଆଲ ଡିସ୍କ ବ୍ରେକ୍ ମିଳିବ ଯାହା ଅଧିକ ପାଓ୍ବରଫୁଲ୍ ହେବ ବୋଲି ଜଣାପଡୁଛି ।



