www.samajalive.in
Friday, December 5, 2025
20.1 C
Bhubaneswar

୧୮ ବର୍ଷ ବୟସରେ ଦେଶକୁ ଦୋହଲାଇ ଦେଇଥିଲେ ଖୁଦିରାମ: ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ୧୯୦୮ ମସିହାରେ ମୁଜାଫରପୁରରେ ଜଣେ ଯୁବକଙ୍କୁ ଫାଶୀ ଦିଆଯିବାର ଥିଲା। କିନ୍ତୁ ତାଙ୍କ ମନରେ କୌଣସି ଭୟ ନ ଥିଲା। ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଥିବା ସତ୍ବେ ତାଙ୍କ ମୁହଁରେ ଗଭୀର ଆତ୍ମବିଶ୍ଵାସ ଭରି ରହିଥିଲା। ସେହି ଯୁବକ ଜଣକ ହେଉଛନ୍ତି ଖୁଦିରାମ ବୋଷ। ମାତ୍ର ୧୮ ବର୍ଷ ବୟସରେ ସେ ସାରା ଦେଶକୁ ଦୋହଲାଇ ଦେଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମର ଗାଥାକୁ ମନେପକାଇ ବୀର ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଖୁଦିରାମଙ୍କ ପରି ଅନେକ ସଂଗ୍ରାମୀଙ୍କ ବଳିଦାନ ପରେ ଆମେ ସ୍ଵାଧୀନତା ପାଇଥିଲୁ। ଅଗଷ୍ଟ ମାସ ହେଉଛି ବିପ୍ଳବର ମାସ। ଅଗଷ୍ଟ ୧୫ ତାରିଖରେ ଆମେ ଆମ ସ୍ଵାଧୀନତା ସଂଗ୍ରାମୀଙ୍କୁ ମନେ ପକାଉ।

ମୋଦୀ ଆହୁରି କହିଥିଲେ, ୧୯୦୫ ଅଗଷ୍ଟ ୭ରେ ଏକ ନୂଆ ବିପ୍ଳବ ଆରମ୍ଭ ହୋଇଥିଲା। ସ୍ଵଦେଶୀ ଆନ୍ଦୋଳନ ସ୍ଵଦେଶୀ ଉତ୍ପାଦଗୁଡ଼ିକୁ ନୂଆ ଶକ୍ତି ଯୋଗାଇଥିଲା, ବିଶେଷକରି ହସ୍ତତନ୍ତ ସାମଗ୍ରୀକୁ। ଏହାକୁ ସ୍ମରଣ କରି ଦେଶ ପ୍ରତିବର୍ଷ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିଆସୁଛି। ଏହି କ୍ଷେତ୍ର ଏବେ ଦେଶର ଶକ୍ତି ଭାବେ ଉଭା ହୋଇଛି ବୋଲି ମୋଦୀ କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories