www.samajalive.in
Saturday, December 13, 2025
14.1 C
Bhubaneswar

ବର୍ଷାଦିନେ ଚାଲିଛି ରାସ୍ତାକାମ, ଗ୍ରାମବାସୀ ହନ୍ତସନ୍ତ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଭାଲିଆଡିହାରୁ ରାଇଡିହା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକୁ ଖୋଳି ବର୍ଷା ଦିନେ ମନମୁଖୀ ଭାବେ କେନାଲ କାମ ଚଳାଇଛି ଦେଓ ଜଳସେଚନ ବିଭାଗ । ଭଲ ରାସ୍ତାକୁ ଖୋଳି କେନାଲ କାମ କରୁଥିବାରୁ ଯାତାୟାତରେ ବାଧାପ୍ରାପ୍ତ ହେବା ସହ ଘର ଭିତରେ ପାଣି ପଶୁଥିବାରୁ କେନାଲ କାମକୁ ବିରୋଧ କରିଛନ୍ତି ଗ୍ରାମବାସୀ। ରାସ୍ତାର ଦୁଇ ପାର୍ଶ୍ବରେ ଡ୍ରେନ ଥିବାବେଳେ ରାସ୍ତା ଖୋଳି ଦେଇଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନି।

ପୂର୍ବତନ ସରପଞ୍ଚ ସନାତନ ମାଝୀ କହିଛନ୍ତି ଯେ, ବର୍ଷା ଦିନେ କିଏ ଅନୁମତି ଦେଲା ରାସ୍ତା ଖୋଳି କେନାଲ କାମ କରିବା ପାଇଁ ? ରାସ୍ତା ଖୋଳି ଡ୍ରେନ ବନ୍ଦ କରି ଦେଇଥିବାରୁ ଘର ଭିତରେ ପାଣି ପଶୁଛି। ସେପଟେ ଯଦି ଦେଖିବା ଦୁଇ ବର୍ଷ ହେବ ସାହାରପଡା ଚୁନୁ ସାହି ପାଖରେ କେନାଲ କାମ କରି ଅଧପନ୍ତରିଆ ଭାବେ ରାସ୍ତାକୁ ଛାଡ଼ି ଦେଇଛି ଦେଓ ଜଳସେଚନ ବିଭାଗ। ଫଳରେ ରାସ୍ତା ଅଧପନ୍ତରିଆ ଥିବାରୁ ଯାତାୟାତରେ ବାଧାପ୍ରାପ୍ତ ହେବା ସହ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି। ଏଥିପ୍ରତି ଉଚ୍ଚସ୍ତରୀୟ ଅଧିକାରୀ ନଜର ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories