www.samajalive.in
Friday, December 12, 2025
17.1 C
Bhubaneswar

୧୦ ଜଣଙ୍କ ଘର ଭାଙ୍ଗିଲେ ୨୯ ଟିକିଆ ହାତୀପଲ

ପାଟଣା: ପାଟଣା ବନାଞ୍ଚଳରେ ୨୯ ଟିକିଆ ହାତୀ ପଲଙ୍କ ଉପଦ୍ରବ ଜାରି ରହିଛି। ଶୁକବ୍ରାର ବିଳମ୍ବିତ ରାତିରେ ସଦର ବ୍ଲକ କାଠ ବାରି ପଞ୍ଚାୟତ ଯମୁନା ପଶିରେ ଏକାଥରେ ୧୦ ଜଣଙ୍କର ଘର କାନ୍ଥ ଭାଙ୍ଗି ଦେଇଛନ୍ତି ହାତୀ ପଲ।

ସୂଚନା ଅନୁସାରେ, ହାତୀପଲ ଧନୁର୍ଜୟପୁର ଯମୁନାପଶି ଗ୍ରାମର ମଞ୍ଜୁ ନାଏକ ଏବଂ ଦୁର୍ଯେ୍ୟାଧନ ମହାରଣାଙ୍କ ଘର ଭାଙ୍ଗି ଦେଇଛନ୍ତି। ସେହିପରି ନିତ୍ୟାନନ୍ଦ ମହାରଣାଙ୍କ ଘର କାନ୍ଥ କଣା କରି ଚାଉଳ ଖାଇ ଯାଇଛନ୍ତି। ଏହାବ୍ୟତୀତ ବିଷିକେଶନ ମହାକୁଡ, କେଶବ ମହାରଣା, ସମରା ମହାରଣା, ନିର ମହାରଣାଙ୍କ ଘର କାନ୍ଥ ଭାଙ୍ଗିଛନ୍ତି। ଶରତ ନାଏକଙ୍କ ଟାଇଲ୍ ଘରର କାନ୍ଥ କଣା କରି ଧାନ ଚାଉଳ ଖାଇବା ପରେ ବିଦେଶୀ ମହାରଣା, ଚମ୍ପା ନାଏକଙ୍କ ଘର ଭାଙ୍ଗିଛନ୍ତି ହାତୀପଲ। ଛକରେ ଥିବା ଏକ ଦୋକାନ ଘରକୁ ମଧ୍ୟ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଯୋଗାଇଦେବା ସହିତ ହାତୀମାନଙ୍କୁ ଶୀଘ୍ର ଅଞ୍ଚଳରୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ହାତୀ ପଲ ଉପରେ ବନବିଭାଗ ପକ୍ଷରୁ ନଜର ରଖାଯାଇଥିବା କୁହାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories