www.samajalive.in
Friday, December 12, 2025
19.1 C
Bhubaneswar

ବୈତରଣୀରେ ବନ୍ୟାକୁ ନେଇ ନଦୀକୂଳିଆ ବାସିନ୍ଦା ଆତଙ୍କିତ

ଆରଡି: ଲଘୁଚାପ ପ୍ରଭାବରେ ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁ ନଦୀରେ ବଡଧରଣ ବନ୍ୟା ଦେଖାଦେଇଛି। ଆଖୁଆପଦାଠାରେ ବୈତରଣୀ ନଦୀର ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ତଳମୁଣ୍ଡରେ ଅର୍ଥାତ୍ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ଅଞ୍ଚଳର ନଦୀକୂଳିଆ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

ବିଶେଷକରି କୁଆଖିଆ-ଆଖଣ୍ଡଳମଣି ଜାତୀୟ ରାଜପଥର ବୋଡକ ନିକଟରେ ବୈତରଣୀ ନଦୀକୂଳ ଦେଇ ଯାଇଥିବାରୁ ଗତ ୨ବର୍ଷ ହେବ ୨ଶହ ଫୁଟର ରାସ୍ତା ନଦୀ ଆଡକୁ ଢଳି ରହିବା ସହ କିଛି ଅଂଶ ଦଵିଯାଇଛି। ବୈତରଣୀ ନଦୀରେ ଆସୁଥିବା ବନ୍ୟାପାଣି ରାସ୍ତାକୁ ଵୁଡାଇଵାର ଆଶଙ୍କା ଦେଖାଦେଇଥିବାରୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତା କଡ଼ରେ ବାଉଁଶ ଵାଡା ସହ କିଛି ବାଲିବସ୍ତା ପକାଯାଇଛି । ଏପଟେ ଧାମରାଠାରେ ସମୁଦ୍ର ଅଶାନ୍ତ  ହୋଇ ପଡ଼ିଥିବାରୁ ଉଚ୍ଚ ଜୁଆର ଢେଉ ବଢ଼ିବାରେ ଲାଗିଛି। ଯାହାକି ବୈତରଣୀ ନଦୀର ଉପରମୁଣ୍ଡରୁ ଆସୁଥିବା ଵନ୍ୟାପାଣି ନିଷ୍କାସନରେ ବାଧକ ସାଜିପାରେ। ବୈତରଣୀ ନଦୀରେ ଏବେ ଵନ୍ୟାପାଣି ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଆରଡି ନିକଟ ମୁଆ କଜଳା ମାହାରା ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ଥିବାବେଳେ ସାଠିଵାଙ୍କୁଡା ଓ ସୁନ୍ଦରପୁର ଗାଁ ନିକଟରେ ନଦୀବନ୍ଧ ଦୁର୍ବଳ ରହିଛି। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ବାସିନ୍ଦା।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories