www.samajalive.in
Saturday, December 6, 2025
26.1 C
Bhubaneswar

ସାଙ୍ଗକୁ ହାଣିଲା ସାଙ୍ଗ, ଅଭିଯୁକ୍ତ ଫେରାର୍‌

ଉଦଳା: ବନ୍ଧୁତାରେ ଲାଗିଲା ରକ୍ତ ଛିଟା। ବନ୍ଧୁକୁ ଘରକୁ ଡାକି ନେଇ ହାଣିଦେଲା ସାଙ୍ଗ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗାଁର ଯତିନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତି ଘର ପାଖରେ ବସିଥିଲେ। ଏହି ସମୟରେ ତାଙ୍କର ଜଣେ ସାଙ୍ଗ ଆସି ଯତିନ୍ଦ୍ରକୁ ଡାକିଥିଲେ। ଯତିନ୍ଦ୍ର ତାଙ୍କ ସହ ଯାଇଥିବାବେଳେ ବିଲ ହିଡ ନିକଟରେ ଅଚାନକ ଯତିନ୍ଦ୍ରଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ଗୁରୁତର ଅବସ୍ଥାରେ ତୁରନ୍ତ ଯତିନ୍ଦ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଘଟଣା ଘଟିବା ପରେ ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିଲା। ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସେପଟେ ଆକ୍ରମଣର କାରଣ ଜଣାପଡିନଥିବାବେଳେ ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories