www.samajalive.in
Monday, December 8, 2025
20.1 C
Bhubaneswar

ଓନିଅନ ରିଙ୍ଗ

ଆବଶ୍ୟକ ସାମଗ୍ରୀ
ମଇଦା – ୩କପରୁ ସାମାନ୍ୟ କମ
ପିଆଜ – ୩ଟି
ଟମାଟୋ – ୧ଟି (ସରୁ ସରୁ କଟା ହୋଇଥିବା)
ଲଙ୍କା ଗୁଣ୍ଡ – ୧ଚାମଚ
ଟମାଟୋ ସସ – ୨ଚାମଚ
ଚିଲି ସସ – ୧ଚାମଚ
ସୋଢା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପିଆଜକୁ ଗୋଲ ଗୋଲ କରି କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ମଇଦା, ଲଙ୍କା ଗୁଣ୍ଡ, ଲୁଣ, ସୋଢା, ଟମାଟୋ , ଟମାଟୋ ସସ ପାଣି ପକାଇ ଗାଢା ଘୋଳ ପ୍ରସ୍ତୁତ କରନ୍ତୁ। ଏହା ପରେ ଗ୍ୟାସ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ହୋଇଥିବା ପିଆଜକୁ ଏହି ଘୋଳରେ ବୁଡ଼ାଇ ତେଲରେ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଓନିଅନ ରିଙ୍ଗ। ଏହାକୁ ଟମାଟୋ ସସ ଓ ଚିଲି ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories