www.samajalive.in
Saturday, December 13, 2025
17.1 C
Bhubaneswar

ଜଙ୍ଗଲ ବାବୁଙ୍କର ଖାଲି ନୁହେଁ ଟଙ୍କାର ପାହାଡ, ଘରୁ ଦେଢ କେଜି ସୁନା ସହ ୪ କେଜି ରୁପା ଜବତ

ଭୁବନେଶ୍ୱର : ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି । ପ୍ରାୟ ୬ଟି ସ୍ଥାନରେ ଚଢାଉ କରି ବିପୁଳ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି । ଦେଢ କେଜି ସୁନା ସହ ୪ କେଜି ୩୬୭ ଗ୍ରାମ୍‌ର ରୁପା ଜବତ ହୋଇଛି । ଏହାସହ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଲକ୍ଷ ଟଙ୍କା ଜବତ କରାଯାଇଛି । ଜୟପୁର ଆପାର୍ଟମେଣ୍ଟରେ ସିକ୍ରେଟ୍‌ ଚାମ୍ବର କରି ୧ କୋଟି ୩୮ ଲକ୍ଷ ଟଙ୍କା ରଖିଥିଲେ । ଜୟପୁରରେ ଗୋଟିଏ ବହୁତଳ କୋଠା ସହ ୩ଟି ଫ୍ଲାଟ୍‌ ରହିଛି।
ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜରଙ୍କ ଘରେ ଆଜି ସକାଳେ ଚଢାଉ କରାଯାଇଛି। ସବୁଠାରୁ ବଡ କଥା ହେଉଛି ଡିସେମ୍ବର ମାସରେ ଅବସର ନେଇଥାନ୍ତେ ରାମଚନ୍ଦ୍ର ନେପାକ । ଏହାପୂର୍ବରୁ ଆଜି ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରିଛି ।
୧୯୮୯ରୁ ରାମଚନ୍ଦ୍ର ନେପାକ କୋରାପୁଟ ରେଞ୍ଜ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଅଧିନରେ ଗ୍ରାମ୍ୟ ବନ କର୍ମଚାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଆଞ୍ଚଳିକ ବନ ବିଭାଗ ସହ ମିଶ୍ରଣ ହେବା ଦ୍ୱାରା ସେ ଜୟପୁର ବନ ବିଭାଗରେ ନିଯୁକ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ ପଦୋନ୍ନତି ହୋଇ ବର୍ତ୍ତମାନ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ମାସିକ ଦରମା ୬୯ ହଜାର ୬୮୦ଟଙ୍କା ବୋଲି ଜଣାପଡିଛି। ତେବେ ଏତିକି ଦରମାରେ ଜଣେ ଅଧିକାରୀ ଏତେ ସମ୍ପତ୍ତି ଓ ସୁନା, ଏବଂ ଘରେ ନଗଦ ଏତେ ଟଙ୍କା କିପରି ରଖିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଗଷ୍ଟରେ ୩ ଥର କରିବେ ସୂର୍ଯ୍ୟ ଚଳନ; ଚୁଟ୍‌କିରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା, ହେବେ ଧନୀ..

- Advertisement -

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories