www.samajalive.in
Saturday, December 6, 2025
23.1 C
Bhubaneswar

ଅପେକ୍ଷାର ଅନ୍ତ! ଆସିଲା ‘ଓ୍ବାର ୨’ ଟ୍ରେଲର

ସମାଜ ଡିଜିଟାଲ ଡେସ୍କ: ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ହ୍ରିତିକ୍ ରୋଶନ ଓ ଜୁନିଅର ଏନଟିଆର ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓ୍ବାର ୨’ର ଟ୍ରେଲର ଶୁକ୍ରବାର ରିଲିଜ୍‌ ହୋଇଛି। ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଛି। ଏଥିରୁ ଜଣାପଡ଼ୁଛି ଯେ ଫିଲ୍ମରେ ଉଭୟଙ୍କ ମଧ୍ୟରେ ଉଚ୍ଚ କୋଟିର ଆକ୍ସନ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ରିଲିଜ୍‌ ହେଉ ହେଉ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

୨ ମିନିଟ୍‌ ୩୫ ସେକେଣ୍ଡର ଏହି ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ମାଟି ଓ ପାଣିରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆକ୍ସନର ଝଲକ୍‌ ନଜର ଆସିଛି। ‘ଓ୍ବାର ୨’ର ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ସମେତ ପ୍ରାୟ ସବୁ କଳାକାରଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଫିଲ୍ମର ମୁଖ୍ୟ ନାୟିକ କିଆରା ଆଡଭାଣୀ ଓ ଆଶୁତୋଷ ରାଣା ନଜର ଆସିଛନ୍ତି। ଟ୍ରେଲରରୁ ଜଣାପଡ଼ୁଛି ଫିଲ୍ମରେ କିଆରାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିବ।

- Advertisement -

‘ଓ୍ବାର ୨’ ୟଶରାଜ ଫିଲ୍ମର ସ୍ପାଇ ୟୁନିଭର୍ସର ଏକ ଅଂଶ। ଏହା ୨୦୧୯ରେ ଆସିଥିବା ‘ଓ୍ବାର’ର ଦ୍ଵିତୀୟ ଭାଗ। ଅୟାନ ମୁଖାର୍ଜୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ଅଗଷ୍ଟ ୧୪ ତାରିଖରେ ପରଦାକୁ ଆସିବ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories