ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ଆସୋସିଏଟ ପ୍ରଫେସରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ । ଆସୋସିଏଟ୍ ପ୍ରଫେସର ଭାରତୀ ଦାଶଙ୍କ ନାଁରେ ମାନସିକ ନିର୍ଯାତନା ଦେଉଥିବା ଶିଶୁ ବିଭାଗ ପିଜି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । କର୍ତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀମାନେ ଲିଖିତ ଭାବେ ଜଣାଇବା ପରେ ଏ ସଂକ୍ରାନ୍ତରେ ଏକ ବୈଠକ ମଧ୍ୟ ବସିଛି । ଉଭୟ ପକ୍ଷଙ୍କୁ ବସାଇ ଅଧୀକ୍ଷକ ଏବଂ ଡିନ୍ ବୈଠକ କରିଥିବା ସୂଚନା ମିଳିଛି । ବୈଠକ ପରେ ଆସୋସିଏଟ୍ ପ୍ରଫେସରଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଅଧିକ୍ଷକ ସ୍ବୀକାର କରିବା ସହ ଏନେଇ ତର୍ଜମା ଚାଲିଥିବା ସୂଚନା ଦେଇଛନ୍ତି ।
Popular Categories



