www.samajalive.in
Friday, December 12, 2025
15.1 C
Bhubaneswar

ଆମେରିକୀୟ କମ୍ପାନୀଙ୍କୁ ଟ୍ରମ୍ପଙ୍କ ତାଗିଦ୍, ଭାରତୀୟଙ୍କୁ ଦିଅନି ନିଯୁକ୍ତି

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ ଟେକ୍ କମ୍ପାନୀମାନଙ୍କୁ ଭାରତୀୟଙ୍କ ନିଯୁକ୍ତି ରୋକିବାକୁ କହିଛନ୍ତି । ଟ୍ରମ୍ପ ଓ୍ବାଶିଂଟନ ଡିସିରେ ଆୟୋଜିତ ଏଆଇ ସମିଟରେ କହିଛନ୍ତି କି ‘ଆମେରିକାର ସବୁଠାରୁ ବଡ ଟେକ୍ କମ୍ପାନୀମାନେ ଆମ ସ୍ବାଧୀନତାର ଲାଭ ଉଠାଉଛନ୍ତି । କିନ୍ତୁ କାରଖାନା ଚୀନରେ ଲଗାଉଛନ୍ତି ଏବଂ ଭାରତୀୟଙ୍କୁ ନିଯୁକ୍ତି ଦେଉଛନ୍ତି ।’

ଏହା ସହ ସେ ଏହା ମଧ୍ୟ କହିଛନ୍ତି କି ‘ଗୁଗଲ, ମାଇକ୍ରୋସଫ୍ଟ ଭଳି କମ୍ପାନୀମାନେ ଆମେରିକୀୟ କର୍ମଚାରୀଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତୁ । ଏହା ଦ୍ବାରା ଦେଶର ହିତ ହେବ । ନିଯୁକ୍ତି ପାଇଁ ସର୍ବପ୍ରଥମେ ଆମେରିକାବାସୀ ପ୍ରଥମ ବିକଳ୍ପ ହେବା ଉଚିତ୍ ଏବଂ ସେମାନଙ୍କୁ ପ୍ରଥମେ ନିଯୁକ୍ତି ମିଳିବା ଉଚିତ୍ ।’ ଟ୍ରମ୍ପଙ୍କ କହିବାନୁସାରେ ବିଦେଶରେ ଫ୍ୟାକ୍ଟ୍ରି ଏବଂ ଅନ୍ୟ ଦେଶର କର୍ମଚାରୀଙ୍କ ଉପରେ ପଇସା ଲଗାଇ ଆମେରିକାର କମ୍ପାନୀମାନେ ଆମେରିକୀୟଙ୍କ ଅଧିକାରର ହତ୍ୟା କରୁଛନ୍ତି ।

- Advertisement -

ଭାରତର ଆଇଟି ସେକ୍ଟର  ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟା ପରେ ପ୍ରଭାବିତ ହୋଇପାରେ । ଭାରତରେ ଗୁଗଲ, ମାଇକ୍ରୋସଫ୍ଟ ଏବଂ ଅନ୍ୟ ଟେକ୍ କମ୍ପାନୀମାନଙ୍କରେ ଲକ୍ଷ ଲକ୍ଷ କର୍ମଚାରୀ ଅଛନ୍ତି ଏବଂ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେ ଭଳି ସହରରେ ବଡ ବଡ ଅଫିସ ଚଳାଉଛନ୍ତି । ଟ୍ରମ୍ପଙ୍କ ନିୟମ ଫଳରେ H-1B ଭିସା ନିୟମ ଅଧିକ କଡା ହୋଇପାରେ ଯାହା ଫଳରେ ଭାରତୀୟ ଟେକ୍ ପ୍ରଫେସନାଲ୍ସଙ୍କୁ ଆମେରିକାରେ ଚାକିରି ମିଳିବା କଷ୍ଟସାଧ୍ୟ ହୋଇପାରେ । ଏହା ସହିତ ଭାରତରେ ନୂଆ ନିଯୁକ୍ତି କମ୍ ହେବା ଫଳରେ ଆଇଟି କମ୍ପାନୀ ଏବଂ ଷ୍ଟାର୍ଟଅପ୍ସ ଉପରେ ଚାପ ବଢିପାରେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories