ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍ । ଓଡ଼ିଶା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସଭାପତି ମନମୋହନ ସାମଲ ଓ ସଂଗଠକ ସମ୍ପାଦକ ମାନସ ମହାନ୍ତି ଭେଟି ରାଷ୍ଟ୍ର ହିତ ଉପରେ ଜାରି କରାଯାଇଥିବା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି ।



