www.samajalive.in
Friday, December 5, 2025
20.1 C
Bhubaneswar

ସାମାନ୍ୟ ବର୍ଷାରେ ଗଞ୍ଜାମ ସହର ବେହାଲ; ବିଦ୍ୟାଳୟ ପରିସରରେ କୃତ୍ରିମ ପୋଖରୀ

ଗଞ୍ଜାମ : ସାମାନ୍ୟ ବର୍ଷାରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦାମଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି। ଫଳରେ ସେହି ପାଣି ଭିତରେ ପିଲାମାନେ ଯିବା ଆସିବା ଅସୁବିଧା ସୃଷ୍ଟି ହେଉଛି। ଯାହାକୁ ନେଇ ଅଭିଭାବକ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ମୁଖ୍ୟତଃ ସ୍କୁଲ ପରିସରରେ ପାଣି ନିଷ୍କାସନ ପାଇଁ ଠିକ ଭାବେ ବ୍ୟବସ୍ଥା ନଥିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି। ସେହିପରି ସହରର ବିଭିନ୍ନ ସ୍ଥାନରେ ମଧ୍ୟ ସାମାନ୍ୟ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ସହରର ଅବସ୍ଥା ବେହାଲ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ସହରର ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବଡ ବଜାରରେ ବର୍ଷା ଜଳ ଜମି ରହିଥିବା ସାନବଜାର ମଧ୍ୟ ଅନୁରୂପ ଅବସ୍ଥା। ଏଥିସହ ପୁଇଁତୋଳା ବାରିକି ସାହି ଓ ନୂଆ ସାହିରେ ମଧ୍ୟ ପାଣି ଜମି ରହିଥିବା ଅବସ୍ଥା ଦେଖିବାକୁ ମିଳିଛି । ବର୍ଷା ପାଣିରେ ଛାତ୍ରୀଛାତ୍ରଙ୍କ ଠାରୁ ଆରମ୍ଭ କରି ଜନସାଧାରଣରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ଛାଡିବା ପରେ ମଧ୍ୟ ଜମିଥିବା ପାଣି ନିଷ୍କାସନ ହେବାର କୌଣସି ବ୍ୟବସ୍ଥା ନାହିଁ। ଫଳରେ ପାଣି ଦୀର୍ଘ ସମୟ ଜମି ରହି ମଶା ମାଛିଙ୍କ ଉତ୍ପତ୍ତି ସ୍ଥଳ ପାଲଟିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏନଏସି ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏସମ୍ପର୍କରେ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ପଚାରିବା ପରେ ଖୁବ ଶୀଘ୍ର ଡ୍ରେନ ଗୁଡିକ ମରାମତି କରାଯିବ ବୋଲି କହିଛନ୍ତି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories