www.samajalive.in
Friday, December 5, 2025
27.1 C
Bhubaneswar

ନାଁକୁ ଆୟୁର୍ବେଦ ଚିକିତ୍ସା, ଔଷଧ ନାହିଁ ଝୁଲୁଛି ତାଲା

ପାଟଣା : ସରକାର ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ହୋମିଓପ୍ୟାଥି ଚିକିତ୍ସାକୁ ବଞ୍ଚାଇ ରଖିବା ପାଇଁ ହେଉ କି ଏହାକୁ ଏଲୋପ୍ୟାଥିର ବିକଳ୍ପ ପାଇଁ ହେଉ ପ୍ରୋତ୍ସାହନ ଯୋଗାଇଦେବା ସହ ବିଭିନ୍ନ ସ୍ଥାନରେ ଆୟୁର୍ବେଦିକ ଡ଼ାକ୍ତର ଓ ହୋମିଓପ୍ୟାଥିକ ଡ଼ାକ୍ତର ନିଯୁକ୍ତି କରିଛନ୍ତି। ଏହାକୁ ଆୟୁଷ ବିଭାଗ ନିୟନ୍ତ୍ରଣ କରୁଥିବାରୁ ସମ୍ଭବତଃ ଏହି ଡ଼ାକ୍ତର ମାନଙ୍କୁ ଆୟୁଷ ଡ଼ାକ୍ତର କୁହାଯାଉଛି। ଦୁର୍ଭାଗ୍ୟର ବିଷୟ ଗତ ୨ ବର୍ଷ ହେଲା କେନ୍ଦୁଝର ଜିଲ୍ଲାର ବିଭିନ୍ନ ଆୟୁର୍ବେଦିକ ଚିକିତ୍ସାଳୟରେ ଔଷଧ ମିଳୁନାହିଁ। କେଉଁଠିକୁ ଡ଼ାକ୍ତର ଆସୁଛନ୍ତି ତ କେଉଁଠି ନାହିଁ। ଯେଉଁଠି ଅଛନ୍ତି ତାଙ୍କୁ ଏଲୋପାଥି ଡାକ୍ତରଖାନାରେ ଖାତା ପତ୍ର ବା କମ୍ପ୍ୟୁଟର କାମ ଧରାଇ ଦିଆଯାଇଛି। କେନ୍ଦୁଝର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଢେଙ୍କିକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଆୟୁର୍ବେଦିକ ବହିର୍ବିଭାଗ ବିଭାଗରେ କିଛି ଔଷଧ ୨ ବର୍ଷ ହେଲା ମିଳୁ ନାହିଁ । ବାଧ୍ୟ ହୋଇ ଏଠାକାର ଏଲୋପ୍ୟାଥିକ ଡ଼ାକ୍ତର ତାଙ୍କୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ କାମରେ ଲଗାଇଛନ୍ତି। ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଦରମା ନେବାକୁ ଥିବା ଆୟୁର୍ବେଦିକ ଡ଼ାକ୍ତରମାନଙ୍କୁ ଡାକ୍ତରଖାନା ଚଳାଇବା ପାଇଁ ଯଦି ଔଷଧ ନଦିଆଯାଏ ତେବେ ଏଥିରୁ ସାଧାରଣ ଜନତା କି ଲାଭ ପାଇବେ ବୋଲି ପ୍ରଶ୍ନ ଉଠିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories