www.samajalive.in
Saturday, December 13, 2025
21.1 C
Bhubaneswar

କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ବିଏସଏନଏଲ ଆଣିଲା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍‌, ମିଳିବ ସବୁ ସୁବିଧା..

ନୂଆଦିଲ୍ଲୀ : ବିଏସଏନଏଲ ଲଗାତାର ନିଜ ଗ୍ରାହକଙ୍କୁ ଖୁସି କରିବାରେ ଲାଗିଛି । ନିକଟରେ ବିଏସଏନଏଲ ଏକ ଜବରଦସ୍ତ ପ୍ଲାନ୍‌ ଲଞ୍ଚ କରିଛି । ଏଥିରେ ଦୀର୍ଘ ସମୟସୀମା, ଅନେକ ଡାଟା ସମେତ କଲିଙ୍ଗ୍‌ ଓ ଏସଏମଏସ ସହ ଜଡିତ ଅନେକ ସୁବିଧା ରହିଛି । ଗତ ବର୍ଷ ଜୁଲାଇରେ ଘରୋଇ ଟେଲିକମ୍‌ କମ୍ପାନୀ ରିଚାର୍ଜ ପ୍ଲାନ୍‌ ବଢାଇବା ପରେ ବିଏସଏନଏଲ୍‌ ଚାହିଦା ବଢିଛି । ବିଏସଏନଏଲ ୫୯୯ର ଏକ ନୂଆ ପ୍ଲାନ୍‌ ଆଣିଛି । ଜାଣନ୍ତୁ ଏହି ପ୍ଲାନ୍‌ ବିଷୟରେ ଯେଉଁଥିରେ ଗ୍ରାହକଙ୍କୁ ଅନେକ ସୁବିଧା ମିଳିବ ।

୫୯୯ ଟଙ୍କାର ପ୍ଲାନ୍‌
ବିଏସଏନଏଲର ୫୯୯ ଟଙ୍କାର ପ୍ଲାନ୍‌ ଖୁବ୍‌ ଖାସ୍‌ । ଏହା ବିଷୟରେ ବିଏସଏନଏଲ ନିଜର ଏକ୍ସ ଆକାଉଣ୍ଟରେ ଏନେଇ ସୂଚନା ଦେଇଛି । ଏହି ପ୍ଲାନ୍‌ର ସବୁଠାରୁ ବଡ ବିଶେଷତ୍ୱ ହେଉଛି, ୮୪ ଦିନ ସମୟସୀମା ପର୍ଯ୍ୟନ୍ତ ଏହା ଆସିଥାଏ । ଏହା ବ୍ୟତୀତ ୮୪ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୩ ଜିବି ଡାଟା ମିଳିବ । ଅର୍ଥାତ୍‌ ଏହି ପ୍ଲାନ୍‌ରେ ପ୍ରାୟ ୨୫୨ ଜିବି ଡାଟା ମିଳିବ । ଏହା ବ୍ୟତୀତ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ୍‌, ପ୍ରତ୍ୟେକ ଦିନ ୧୦୦ ଏସଏମଏସ ମଧ୍ୟ ମିଳିବ । ଏଥିରେ ଗ୍ରାହକଙ୍କୁ ସମସ୍ତ ସୁବିଧା ମିଳୁଥିବାରୁ ବିଏସଏନଏଲ ଏହାକୁ ଅଲ ରାଉଣ୍ଡର ନାମ ଦେଇଛି । ଯଦି ଆପଣ ଶସ୍ତା ପ୍ଲାନ୍‌ ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ।

ଶନି-ସୂର୍ଯ୍ୟଙ୍କ ନବପଞ୍ଚମ ରାଜଯୋଗ; ଏହି ୩ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବେ ଶନି, ମିଳିବ ବଡ ସଫଳତା..

- Advertisement -

୨୪୯ର ପ୍ଲାନ୍‌
ଏହି ଶସ୍ତା ପ୍ଲାନ୍‌ ବିଷୟରେ ମଧ୍ୟ ବିଏସଏନଏଲ ନିଜ ଏକ୍ସ ଆକାଉଣ୍ଟ ରେ ସୂଚନା ଦେଇଛି । ଏହି ପ୍ଲାନ୍‌ର ବିଶେଷତ୍ୱ ହେଉଛି, ଗ୍ରାହକଙ୍କୁ କେବଳ ୨୪୯ ଟଙ୍କାରେ ୪୫ ଦିନର ସମୟସୀମା ମିଳିବ । ଏଥିରେ ଅସୀମିତ କଲିଙ୍ଗ୍‌ ସହ ପ୍ରତ୍ୟେକ ଦିନ ୨ଜିବି ହାଇସ୍ପିଡ୍‌ ଡାଟା ମିଳିବ । ଅର୍ଥାତ୍‌ ୨୪୯ ଟଙ୍କାରେ ଆପଣଙ୍କୁ ପ୍ରାୟ ୯୦ ଜିବି ଡାଟା ମିଳିବ । ଏହା ବ୍ୟତୀତ ପ୍ରତ୍ୟେକ ଦିନ ୧୦୦ ଏସଏମଏସ ମିଳିବ । ଏହି ପ୍ଲାନ୍‌ର ଲାଭ କେବଳ ଡାଟା କିମ୍ବା କଲିଙ୍ଗ୍‌ ପର୍ଯ୍ୟନ୍ତ ସୀମିତ ନୁହେଁ । ୨୪୯ ଟଙ୍କାର ଏହି ପ୍ଲାନ୍‌ରେ ଅନେକ ଓଟିଟି ଆପ୍‌ ସହ ବିଆଇଟିଭିର ଓଟିଟି ଆପ୍‌ ଏକ୍ସେସ ମିଳିବ । ଏଥିରେ ୪୦୦ ଲାଇଭ୍‌ ଟିଭି ଚ୍ୟାନେଲ୍‌ ଏକ୍ସେସ୍‌ ମିଳିବ । ଏହି ୨୪୯ ଟଙ୍କାର ପ୍ଲାନ୍‌ରେ ପ୍ରତ୍ୟେକ ଦିନ ହାଇସ୍ପିଡ୍‌ ଡାଟା, ଅସୀମିତ କଲ୍‌ ଓ ଓଟିଟିର ଲାଭ ମିଳିବ ।

ଭିଡିଓରେ ଦେଖନ୍ତୁ ; କୁମ୍ଭୀର ପାଟିରେ ଥିଲା ହରିଣ, ଏମିତି ବଞ୍ଚିଲା ଜୀବନ..

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories