www.samajalive.in
Saturday, December 6, 2025
16.1 C
Bhubaneswar

ଚିତାଲାଗି ଅମାବାସ୍ୟାରେ ଗେଣ୍ଡାପୂଜା

ପିପିଲି: ଶ୍ରାବଣ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ଅବସରରେ ପିପିଲିରେ ପ୍ରତ୍ୟେକ କୃଷକ ପରିବାର ପକ୍ଷରୁ ଗୁରୁବାର ସକାଳେ ଗେଣ୍ଡାଙ୍କୁ ପୂଜା କରାଯିବାସହ ସେମାନଙ୍କୁ ଅରୁଆ ଚାଉଳରେ ପ୍ରସ୍ତୁତ ଚିତଉ ପିଠା ଖାଇବାକୁ ଦିଆଯାଇଛି। ଚାଷ ଜମିର ମିତ ଭାବେ ପରିଚିତ ଗେଣ୍ଡା କୃଷକଙ୍କ ବନ୍ଧୁ। ବର୍ଷାଦିନେ ତଥା ଶ୍ରାବଣ ମାସରେ ଚାଷ ଜମିରେ ଅସଂଖ୍ୟ ଗେଣ୍ଡା ଜନ୍ମଲାଭ କରୁଥିବାବେଳେ ମାଟିକୁ ହାଲୁକା ଛିଦ୍ରଯୁକ୍ତ କରାଇ ଉର୍ବର କରିଥାନ୍ତି। ଚାଷଜମିରେ ଗେଣ୍ଡା ରହି ଅପକାରୀ ଶୈବାଳ, ଚକଡା ପୋକ ଆଦିକୁ ଭକ୍ଷଣ କରିବା ସହ ଚାଷକୁ ସୁରକ୍ଷା ଦେଇଥାଏ। ମୃତ୍ତିକାର ଉପକାର କଲେ ମଧ୍ୟ କ୍ଷେତରେ ଚାଷୀଙ୍କ ପାଦକୁ ଗେଣ୍ଡା କାଟି ଦେଇଥାଏ। ତେଣୁ ଚିତାଲାଗି ଅମାବାସ୍ୟାରେ ପ୍ରତ୍ୟେକ ଚାଷୀ ପରିବାର ପକ୍ଷରୁ ଅରୁଆ ଚାଉଳରେ ଚିତଉ ପିଠା ଓ ଗଇଁଠା ପିଠା ପ୍ରସ୍ତୁତ କରାଯାଇ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଖାଇବା ପାଇଁ ଜମିରେ ଦିଆଯାଇଥିଲା। ଏଥିସହ ବନ୍ୟା ଜଳରୁ ଫସଲର ସୁରକ୍ଷା ପାଇଁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ପାଣିରେ ଚିତଉ ପିଠାକୁ ଚାଷୀମାନେ ଭସାଇଥିବା ପରିଲକ୍ଷିତ ହୋଇଥିଲା। ଏହାଦ୍ୱାରା ଗେଣ୍ଡାମାନେ ଫସଲ ସୁରକ୍ଷା କରିବାସହ କୃଷକକୁ ନିଜର ବନ୍ଧୁ ବୋଲି ଭାବି ଆକ୍ରମଣ କରିବେ ନାହିଁ ଓ ବରୁଣ ଦେବତାଙ୍କ ଆଶୀର୍ବାଦରୁ ବର୍ଷା ଓ ବନ୍ୟାରେ ଫସଲ କ୍ଷତି ହେବନାହିଁ ବୋଲି ଲୋକକଥା ରହିଥିବା ସଂପର୍କରେ ଖଣ୍ଡିଆଗିରି ଗ୍ରାମର ଅଗ୍ରଣୀ ଚାଷୀ ବ୍ରଜକିଶୋର ପ୍ରଧାନ ପ୍ରକାଶ କରିଛନ୍ତି।

 

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories