www.samajalive.in
Saturday, December 6, 2025
17.1 C
Bhubaneswar

ରଣପୁର ଥାନାଞ୍ଚଳରେ ସିରିଜ୍‌ ଚୋରି, ହୋଟେଲ ଓ ପେଟ୍ରୋଲ ପମ୍ପରେ ବୁଲାଇଲେ କଳାକନା

ରଣପୁରଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ହାଟସାହି ନିକଟରେ ଥିବା ମନୋରମା କିଷାନ ପେଟ୍ରୋଲ ପମ୍ପ ଓ ତା’ ସମ୍ମୁଖରେ ଥିବା ପ୍ରଶାନ୍ତ ହୋଟେଲରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏନେଇ ରଣପୁର ଥାନାରେ ଦୁଇଟି ଏତଲା ହୋଇଡ଼ିଛି। ଏତଲା ଅନୁଯାୟୀ, ରମେଶ ନାୟକଙ୍କ ପେଟ୍ରୋଲ ପମ୍ପ ଗ୍ରିଲ୍‌ ଭାଙ୍ଗି ଡ୍ର ଚାବି ଭାଙ୍ଗି ୯୦ ହଜାର ଟଙ୍କା, ଚାରୋଟି ମୋବାଇଲ୍ ଓ ସିସିଟିଭି ହାର୍ଡଡିସ୍କ ଚୋରାଇ ନେଇଥିବା ଅଭିଯୋଗ ହୋଇଛି।

ସେହିଭଳି ଭାବରେ ପ୍ରଶାନ୍ତ ହୋଟେଲ ଗ୍ରିଲ୍‌ ଭାଙ୍ଗି ବାର୍‌ ରୁମ୍‌ରେ ପଶି ଡ୍ର ଖୋଲି ୫୦ ହଜାର ଟଙ୍କା, ଚାରୋଟି ମୋବାଇଲ ଓ ଗୋଟିଏ ୧୮ ହଜାର ଟଙ୍କିଆ ଦାମୀ ମଦ ବୋତଲ ଚୋରାଇ ନେଇଥିବା ଅଭିଯୋଗ ହୋଇଛି। ରଣପୁର ଥାନା ନିରୀକ୍ଷକ ଏତଲା ପାଇ ନିଜେ ସଦଳବଳେ ଘଟଣା ସ୍ଥଳକୁ ଯାଇ ହୋଟେଲ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧାନୀ କୁକୁରଠାରୁ ଆରମ୍ଭ କରି ବୈଜ୍ଞାନିକ ଦଳ ମାଧ୍ୟମରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। ଖବର ଲେଖା ହେଲା ପର୍ଯ୍ୟନ୍ତ ପୁଲିସ ହାତ ଖାଲିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories