www.samajalive.in
Monday, December 8, 2025
24.1 C
Bhubaneswar

ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନରେ ଚିକିତ୍ସିତ ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି। ତାଙ୍କର ଅମ୍ଳଜାନସ୍ତର ସ୍ଥିର ରହିଛି। ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିବା ପରେ ଅମ୍ଳଜାନ ସହାୟତା ବ୍ୟବସ୍ଥା (ଅକ୍ସିଜେନ ସପୋର୍ଟ ସିଷ୍ଟମ)କୁ କାଢ଼ି ନିଆଯାଇଛି। ଡାକ୍ତରୀଦଳ ଏବଂ ପରିବାରବର୍ଗଙ୍କ ସହ ପୀଡ଼ିତା ପ୍ରଥମ ଥର କଥା ହୋଇଛନ୍ତି। ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିଲେ ସେ ଉତ୍ତର ଦେଉଥିବା ଜଣାପଡ଼ିଛି। ସେହିପରି ଏମ୍ସ ତରଫରୁ ତାଙ୍କୁ ପ୍ରଥମ ଥର ପୁଷ୍ଟିକର ଖାଦ୍ୟ ଦିଆଯାଇଛି। ପୀଡ଼ିତା କିଛି ଖାଦ୍ୟ ଖାଇଛନ୍ତି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଦିଲ୍ଲୀରେ ଆଜି ତୃତୀୟ ଦିନରେ ଶରୀରର ଡ୍ରେସିଂ କରାଯାଇ ଘା’ ଶୁଖିବା ପାଇଁ ଆଣ୍ଟିବାଓଟିକ ଔଷଧ ଦିଆଯାଇଛି। ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ପଛରେ ପୀଡ଼ିତାଙ୍କ କିଶୋର ବୟସ ବଡ଼ ଭୂମିକା ନିର୍ବାହ କରିଛି। ତେବେ ୭୫ ପ୍ରତିଶତରୁ ଊର୍ଦ୍ଧ୍ବ ଶରୀରର ଅଂଶ ପୋଡ଼ି ଯାଇଥିବାରୁ ଏବେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ମଙ୍ଗଳବାର ବିଜେଡି ସାଂସଦ ଡ. ସସ୍ମିତ ପାତ୍ର, ଶୁଭାଷିଶ ଖୁଣ୍ଟିଆ, ସୁଲତା ଦେଓ, ନିରଞ୍ଜନ ବିଶି ପ୍ରମୁଖ ଡାକ୍ତରଖାନାରେ ପରିବାର ଲୋକ ଏବଂ ଡାକ୍ତରୀଦଳ ସହ କଥା ହୋଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories