ମେଷ: ଶୁଦ୍ଧ ଆଚରିତ ପରଧର୍ମଠାରୁ ନିଜ ଧର୍ମ ଗୁଣରହିତ ହେଲେ ମଧ୍ୟ ଶ୍ରେଷ୍ଠ; କାରଣ ସ୍ବଧର୍ମରେ ମନୁଷ୍ୟ ପାପ ଭାଗୀ ହୁଏ ନାହିଁ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଆପଣ କ୍ଷମତା ଲିପ୍ସୁ ନ ହୋଇ ଥିବାରୁ ପ୍ରାପ୍ତ କ୍ଷମତାକୁ ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ନମସ୍ୟ ହେବେ। ବିବାଦରେ ବିଜୟୀ ହେବେ।
ମିଥୁନ: ପରିସ୍ଥିତି ଯାହା ହେଉ ନା କାହଁିକି; ନୈତିକ ମୂଲ୍ୟବୋଧର ଯେପରି ଅଧପତନ ନ ଘଟେ, ସେଥିପ୍ରତି ଦୃଷ୍ଟି ଦେବେ। ଆଶୁ ସମସ୍ୟାକୁ ଡରିଲେ ସେ ତ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଅପସରି ଯିବ।
କର୍କଟ: ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ବହୁ ସୁଖମୟ ଘଟଣା ଘଟିବ। କର୍ମକ୍ଷେତ୍ରରୁ ଆଶାତୀତ ସଫଳତା ମିଳିବ। ମିଷ୍ଟାନ୍ନ ଭୋଜନ ସହ ଆନନ୍ଦ ଉପଭୋଗ କରିବେ।
ସିଂହ: ଶତ୍ରୁ ଯେତେ ବଳବାନ୍ ହେଉ ପଛେ ଆପଣଙ୍କ ସ୍ନେହବୋଳା କଥାରେ ପ୍ରଭାବିତ ହୋଇ ଶେଷରେ ଶରଣାଗତ ହୋଇପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
କନ୍ୟା: ବିଭିନ୍ନ ଦିଗରୁ ଏପରିକି ସରକାରୀ ସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀମାନେ ପରୀକ୍ଷା ପାଇଁ ଉପାଦେୟ ପୁସ୍ତକ ଅଧ୍ୟୟନ କରିପାରନ୍ତି।
ତୁଳା: ଅବିରିତ ଉଦ୍ୟମ ଓ ନିଷ୍ଠାପର କର୍ମର ମୂଲ୍ୟ ମିଳିବ। ଯଦିଓ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟେ, ପର ମୁହୂର୍ତ୍ତରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ। କୃଷି କର୍ମରୁ ଭଲ ଆୟ ଆସିପାରେ।
ବିଛା:ନିଷ୍ଠାପର କର୍ମ ଓ ବ୍ୟବସାୟ ପାଇଁ ଅତ୍ୟଧିକ ପରିଶ୍ରମର ଫଳରୁ ଆର୍ଥିକ ସ୍ଥିତିକୁ ଉଚ୍ଚମାନର କରିପାରନ୍ତି। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସହାୟତା ମିଳିବ।
ଧନୁ: ତ୍ୟାଗଶୀଳ ଓ ନୀତିନିଷ୍ଠ ହେବେ। ମତିମାନ୍ ହୋଇପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। କୀର୍ତ୍ତିମାନ୍ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ ହେବେ।
ମକର: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଭୋଜନ ତୃପ୍ତିଦାୟକ ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
କୁମ୍ଭ: ଏକାନ୍ତ ସାଧନା ଫଳବତୀ ହେବ। ସାମାନ୍ୟ ଥଣ୍ଡାରେ ଆକ୍ରାନ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଯଶସ୍ବୀ ହେବେ।
ମୀନ: ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍ କର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସିତ ହେବେ। ପରୋପକାରୀ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇପାରନ୍ତି।
ରାଶି ଅନୁସାରେ ଜାଣନ୍ତୁ କର୍ମ କ୍ଷେତ୍ରରେ କିପରି କଟିବ ଦିନ
Popular Categories



