www.samajalive.in
Saturday, December 6, 2025
23.1 C
Bhubaneswar

ଆଇଏଏସ ଓ ଜିଲ୍ଲାପାଳ ସ୍ତରରେ ବଡ଼ ପରିବର୍ତ୍ତନ, ଚଞ୍ଚଳ ରାଣା ବିଏମସି କମିସନର, ଦିବ୍ୟଜ୍ୟୋତି ପରିଡ଼ା ପୁରୀ ଜିଲ୍ଲାପାଳ

ଭୁବନେଶ୍ବର: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ରାଜ୍ୟ ସରକାର ପୁଣି ଥରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ପୁଣି ଥରେ କରିଛନ୍ତି । ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣାଙ୍କୁ ଏଥର ବିଏମସି କମିସନର ଦାୟିତ୍ବ ପ୍ରଦାନ କରିଛନ୍ତି । ଚଳିତ ରଥଯାତ୍ରାରେ ଦଳା ଚକଟା ହେବା ପରେ, ସରକାର ଚଞ୍ଚଳକୁ ଖୋର୍ଦ୍ଦା ଜିଲ୍ଲାପାଳ ଦାୟିତ୍ବରୁ ମୁକ୍ତ କରି ତୁରନ୍ତ ପୁରୀ ଜିଲ୍ଲାପାଳ ଦାୟିତ୍ବ ଦେଇଥିଲେ । ରଥଯାତ୍ରା ସୁରୁଖୁରରେ ସରିବା ପରେ ତାଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି ସରକାର । ଭୁବନେଶ୍ବର ମହାନଗର ନିଗମର କମିସନର ଦାୟିତ୍ବ ସେ ଏଣିକି ତୁଲାଇବେ । ରାଜେଶ ପ୍ରଭାକର ପାଟିଲ ଏବେ ଏହି ଦାୟିତ୍ବରେ ଅଛନ୍ତି ।

ସେହିପରି ବରିଷ୍ଠ ଆଇଏଏସ ଅଫିସର ରୂପା ରୋସନ ସାହୁ ରାଜ୍ୟପାଳଙ୍କ ସଚିବ ପ୍ରଦାନ କରାଯାଇଛି । ସେହିପରି ଅମ୍ରିତ ଋତୁରାଜ ଖୋର୍ଦ୍ଦା ଜିଲ୍ଲାପାଳ ହୋଇଛନ୍ତି । ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ପ୍ରଦାନ କରାଯାଇଛି ।  ଏବେ ନଜର ପକାଇବା ଅନ୍ୟ ବିଭାଗର ଅଦଳ ବଦଳ ଉପରେ ।

- Advertisement -

ସଚିନ ରାମଚନ୍ଦ୍ର ଯାଦବ – କ୍ରୀଡ଼ା ଓ ଯୁବ ସେବା ବ୍ୟାପର ସଚିବ

ଭୂପେନ୍ଦ୍ର ସିଂ ପୁନିଆଁ – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ

ଗୁହା ପୁନମ୍ ତାପସ କୁମାର – କେନ୍ଦ୍ରାଞ୍ଚଳ ଆରଡିସି, ଅତିରିକ୍ତ ଦାୟିତ୍ବ

ସଞ୍ଜୀବ କୁମାର ମିଶ୍ର- ଅର୍ଥ ବିଭାଗ, ପ୍ରମୁଖ ସଚିବ

ହେମନ୍ତ ଶର୍ମା- ଲୋକ ସଂପର୍କ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ବ

ଭାସ୍କର ଜ୍ୟୋତି ଶର୍ମା- ଅବକାରୀ ବିଭାଗ, ପ୍ରମୁଖ ଶାସନ ସଚିବ

ସଂଗ୍ରାମ କେଶରୀ ମହାପାତ୍ର- ଦକ୍ଷିଣାଞ୍ଚଳ ଆରଡିସି

ବିଜୟ କୁମାର ଦାସ- ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories