www.samajalive.in
Thursday, December 11, 2025
26.1 C
Bhubaneswar

ଆକାଂକ୍ଷୀ ବ୍ଲକ୍‌ ଯୋଜନାରେ ରାଜ୍ୟର ୧୧ଟି ନୂଆ ବ୍ଲକ୍‌ ସାମିଲ

ଡେସ୍କ: ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ନୀତି ଆୟୋଗ ଆକାଂକ୍ଷୀ ବ୍ଲକ୍‌ ଯୋଜନାରେ ଓଡିଶାର ୧୧ଟି ନୂଆ ବ୍ଲକକୁ ସାମିଲ କରିଛନ୍ତି। ଫଳରେ ରାଜ୍ୟର ଆକାଂକ୍ଷୀ ବ୍ଲକ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ ପରେ କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ଓ ମୟୂରଭଞ୍ଜର ୬ଟି ବ୍ଲକକୁ ଆକାଂକ୍ଷୀ ବ୍ଲକ୍‌ ଯୋଜନାରେ ସାମିଲ କରାଯାଇଥିବା ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି।

ଆକାଂକ୍ଷୀ ଯୋଜନାରେ ସାମିଲ ହୋଇଥିବା ନୂଆ ବ୍ଲକଗୁଡିକ ହେଉଛି କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା ଓ ତେଲକୋଇ ଏବଂ ମୟୂରଭଞ୍ଜ ଜିଲ୍ଲାର ବହଳଦା, ବିଜାତଳା, ଜାମଡ଼ା, କୁସୁମୀ, ରାଇରଙ୍ଗପୁର ଓ ତିରିଙ୍ଗି।

- Advertisement -

ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ଯୋଜନା ଗୁଡ଼ିକ ସମ୍ମିଳିତ ଭାବେ କାର୍ଯ୍ୟକାରୀ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ବିଭିନ୍ନ ସୂଚକାଙ୍କରେ ବ୍ଲକମାନଙ୍କ ମଧ୍ୟରେ ର‍୍ୟାଙ୍କିଙ୍ଗ କରାଯାଇ ବିକାଶ ପାଇଁ ପ୍ରତିଯୋଗୀତାମୂଳକ ପରିବେଶ ସୃଷ୍ଟି କରାଯାଉଛି। ଏହାଦ୍ୱାରା ଏହି ଅଞ୍ଚଳ ଗୁଡ଼ିକରେ ବିକାଶ ତ୍ୱରାନ୍ୱିତ ହୋଇପାରୁଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories