www.samajalive.in
Thursday, December 11, 2025
26.1 C
Bhubaneswar

କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ଦୀକ୍ଷାନ୍ତ ସମାରୋହ

୨୨/୭ :  ଆଜି କଣ୍ଟାବାଞ୍ଜି ଭୋକେସନାଲ ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ଉଭୟ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଛାତ୍ରଛାତ୍ରୀମାନଙ୍କ ଦୀକ୍ଷାନ୍ତ ସମାରୋହ ପାଳନ କରାଯାଇଥିଲା। ଏହି ଏତ୍ସବଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପଦ୍ମଲୋଚନ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସହ ଏକାଡେମିକ୍ ବର୍ଷର ଅଧ୍ୟାପିକା ଦିଶା ଅଗ୍ରୱାଲ ଦୀକ୍ଷାନ୍ତ ଉତ୍ସବର ମୂଳ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ଏକାଡେମିକ ବର୍ଷର ଅଧ୍ୟାପକ ରୋହିତ କିଶୋର କୁମ୍ଭାର ଶିକ୍ଷା ଦାନ, ଶିକ୍ଷା ଆୟତନ ସହ ଯୁବ ରେଡକ୍ରସ୍ ଉପରେ ଆଲୋକପାତ କରିଥିଲେ। ପ୍ରସାଶନିକ ଅଧିକାରୀ ତଥା ପରୀକ୍ଷା ନିର୍ବାହୀ ଅଧ୍ୟାପକ ଯଶୋବନ୍ତ ନାରାୟଣ ମିଶ୍ର କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା, ବିଭିନ୍ନ ନିୟମ କାନୁନ ଓ ପରୀକ୍ଷା ସମ୍ବନ୍ଧିତ ବିଷୟ ଆଲୋଚନା କରିଥିଲେ।

ଅଧ୍ୟାପିକା ପ୍ରଭାସିନୀ ରାଉତରାୟ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ନିମିତ୍ତ ଓ ହଷ୍ଟେଲ ସମ୍ବନ୍ଧିତ ସୁଚନା, ବବିତା ଦେବଦର୍ଶିନୀ ବାର୍ଷିକ ମାଗାଜିନ୍ ଓ କାନ୍ଥ ମେଗାଜିନ୍ ବିଷୟ, ଦୀପାଳୀ ଶର୍ମା ପାଠାଗାରର ମହତ୍ତ୍ଵ ଓ ତତ୍ ସଂଲଗ୍ନ ସୂଚନା, ଅଧ୍ୟାପକ ଲକ୍ଷ୍ମଣ କୁମାର ବେହେରା ସରକାରୀ ସ୍ତରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ଓ ବୃତ୍ତି ସମ୍ପର୍କରେ ସୂଚନା, ସୂର୍ଯ୍ୟ କାନ୍ତ ସାହୁ ମହାବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ତଥା ନିଯୁକ୍ତି ମେଳା, ଜତୀନ ଦ୍ଵାରୀ ରାଷ୍ଟ୍ରୀୟ ସାମାଜିକ ସେବାରେ ଭାଗନେଇ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି ଓ ମେଡିଆସେଲର କାର୍ଯ୍ୟକାରିତା ଓ ଉପଯୋଗିତା , ଉମେଶ ବାଗ ସମୟ ଶିକ୍ଷାର୍ଥୀ ବାହିନୀରେ ଛାତ୍ରଙ୍କ ଭୂମିକା, କରୁଣାକର ନାଏକ ବିଜ୍ଞାନ ସମ୍ବନ୍ଧୀୟ ସୁଚନା ଦ୍ଵାରା ଜାତୀୟ ସ୍ତରରେ କେମିତି ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତିତ୍ବ ହାସଲ କରିବା , ଖେଳ ଶିକ୍ଷକ କ୍ରିଡ଼ା ଦ୍ଵାରା ମାନସିକ ଓ ଶାରିରୀକ ସୁସ୍ଥତା ଓ ଶିବିର ଉପରେ ଆଲୋକପାତ କରିଥିଲେ। ଶେଷ ବର୍ଷ ଛାତ୍ରୀ ମଧୁସ୍ମିତା ସାହୁ ମହାବିଦ୍ୟାଳୟରେ ନିଜର ଅନୁଭୂତି ବଖାଣି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବାକୁ ଓ ସମସ୍ୟା ହେଲେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଧ୍ୟକ୍ଷ ଡ଼ଃ ବର୍ମା ଅନୁଷ୍ଠାନ ତଥା ଛାତ୍ରଛାତ୍ରୀମାନଙ୍କର ଉନ୍ନତି କାମନା କରି ଅନୁଷ୍ଠାନର ସଂକ୍ଷିପ୍ତ ବିବରଣୀ ପ୍ରଦାନ ସହ ଉତ୍ସାହିତ କରିଥିଲେ ଓ ଶେଷରେ ଅଧ୍ୟାପିକା ଉର୍ମିଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories