www.samajalive.in
Sunday, December 7, 2025
23.1 C
Bhubaneswar

ବନବିଭାଗ ଚଢାଉ, ୨ ଲକ୍ଷ ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ

ଆଠଗଡ : ଆଠଗଡ ବନାଞ୍ଚଳ ଅନ୍ତର୍ଗତ କଟକିଆସାହି ପଞ୍ଚାୟତ ଅଧିନ ବଳରାମପୁରସ୍ଥିତ ସର୍ପେଶ୍ୱର ମନ୍ଦିର ସମ୍ମୁଖରୁ ବନବିଭାଗ ପକ୍ଷରୁ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ଯର ସାଗୁଆନ କାଠ ଜବତ କରାଯାଇଛି । ମଙ୍ଗଳବାର ସକାଳେ କୌଣସି ସୂତ୍ରରୁ ଖବର ପାଇଥିବା ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ସର୍ପେଶ୍ୱର ମନ୍ଦିର ସମ୍ମୁଖରେ ଥିବା ସ୍ଥାନରେ ଏକ ମିନିଟ୍ରକରେ ୧୮ ଖଣ୍ଡ ବଡ ଶାଗୁଆନ ଲଗ୍ ବୋଝେଇ ହେଉଥିବାବେଳେ ବନବିଭାଗ ସ୍କ୍ୱାର୍ଡ ଅତର୍କିତ ଚଢାଉ କରିଥିଲେ।  ବୋଝେଇ କରୁଥିବା ଶ୍ରମିକ ଓ ଗାଡି ଚାଳକ ବନ କର୍ମଚାରୀଙ୍କୁ ଦେଖି ସେଠାରୁ ଦୌଡି ଚମ୍ପଟ ମାରିଥିଲେ। ବନବିଭାଗ ସ୍କ୍ୱାର୍ଡ ୬୨.୭୪ ଘନଫୁଟର ୧୮ ଟି ସାଗୁଆନ ଲଗ୍ ସହିତ ଉକ୍ତ ମିନି ଟ୍ରକଟିକୁ ଜବତ କରି ଆଠଗଡ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ । ଏ ବାବଦରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଜବତ ହୋଇଥିବା କାଠ କେଉଁଠାରୁ କଟାଯାଇଛି, ଜବତ ହୋଇଥିବା ଉକ୍ତ ଜମି କାହାର ଏବଂ କାଠ କେଉଁଠିକୁ ଯାଉଥିଲା ତାହା ତଦନ୍ତ ପରେ ଜଣାପଡିବ ବୋଲି ଆଠଗଡ ରେଞ୍ଜର ରବିନ୍ଦ୍ର କୁମାର ନାୟକ କହିଛନ୍ତି । ବନପାଳ ଆଶିଷ କୁମାର ନାୟକ ଓ ସୁଶୀଲ କୁମାର ଜେନା, ବନରକ୍ଷୀ ପ୍ରଶାନ୍ତ କୁମାର ବେହେରା, ଝୁନୁଲତା ବେହେରାଙ୍କ ସମେତ ଅନ୍ଯ ସ୍କ୍ୱାର୍ଡ ସଦସ୍ଯ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories