www.samajalive.in
Saturday, December 13, 2025
14.1 C
Bhubaneswar

୨୪ରେ ପିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ : ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ରେ ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ଆସନ୍ତା ରବିବାର ଦିନ ପ୍ରଦାନ କରାଯିବ।  ଉତ୍ତର ପ୍ରଦେଶ ଗୋରଖପୁରରେ ଆୟୋଜନ ହେବାକୁ ଥିବା କିଷାନ ମହାଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୧୨ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୫୦୦୦କୋଟି ଟଙ୍କା ପ୍ରଦାନ କରିବେ ।

ପିଏମ୍‌ କିଷାନ ଯୋଜନା ଦ୍ୱାରା ଚାଷୀଙ୍କୁ ଆର୍ଥିକ ସ୍ତରରେ ସାହାଯ୍ୟ ମିଳବ । ଏହି ଯୋଜନାରେ ପ୍ରାୟ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ଯୋଜନା ଜରିଆରେ କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନୋଟି କିସ୍ତିରେ ପ୍ରଦାନ କରାଯିବ । ରବିବାର ଦିନ ପ୍ରଥମ କିସ୍ତି ପ୍ରଧାନମନ୍ତ୍ରୀ ମୋଦୀ ଅର୍ଥ ପ୍ରଦାନ କରିବେ । ଡିବିଟି ମାଧ୍ୟମରେ ଜମାଖତାରେ ସହାୟତା ରାଶି ପ୍ରଦାନ କରାଯିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୂଳସ୍ତରରେ କାର୍ଯ୍ୟ ସମ୍ପନ୍ନ ହୋଇ ସାରିଥିବା ବିଜେପି ସାଂସଦ ଓ କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧକ୍ଷ ବିରେନ୍ଦ୍ର ସିଂ କହିଛନ୍ତି ।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories