www.samajalive.in
Saturday, December 6, 2025
14.1 C
Bhubaneswar

ସଞ୍ଜ ନଇଁଲେ ମାଫିଆଙ୍କ ରାଜୁତି: ବଟି ପରେ ବଟି, ତଥାପି ହୁକୁମାତି

ରଣପୁରଗଡ଼: ନୟାଗଡ଼ ଜିଲ୍ଲା ରଣପୁର ତହସିଲର ଚାନ୍ଦପୁର ଓ ରାଇପଡା ରାଜସ୍ୱ ମଣ୍ଡଳ ହେଉଛି ରତ୍ନଗର୍ଭା। ଯାହାର ମାଟିତଳେ ରହିଛି କୋଟି କୋଟି ଟଙ୍କାର ଲଘୁଜାତ ଖଣିଜ ପଦାର୍ଥ। କିନ୍ତୁ ସଞ୍ଜ ନଇଁଲେ ଏଠାରେ ମାଫିଆଙ୍କ ରାଜ ଚାଲୁଥିବା ଅଭିଯୋଗ ହୋଇଛି। ସଞ୍ଜ ନଇଁଲେ ଖୋର୍ଦ୍ଧା ଜିଲ୍ଲାସହ ରଣପୁର ଅଞ୍ଚଳର ଶହ ଶହ ମାଙ୍କଡା ପଥର ଚାଲାଣକାରୀ ଗାଡ଼ି ମାଲିକ, ଡ୍ରାଇଭର, ଖଲାସୀ ଓ ସହଯୋଗୀମାନେ ସକ୍ରିୟ ହୋଇଉଠନ୍ତି। ବେଧଡକ୍ ବେଣ୍ଟ, ଡୁଙ୍ଗପାରୀ ଓ କୁଶପଲ୍ଲା ଅଞ୍ଚଳରେ ସରକାରୀ ଜାଗା ଖଣିରୁ ଚୋରାରେ ପଥର କଟା ଚାଲେ। ଗାଡ଼ିରେ ମାଙ୍କଡା ପଥର ଚୋରା ଚାଲାଣ ହୁଏ। ଅବଶ୍ୟ ରାଜସ୍ୱ ଅଧିକାରୀ, ପୁଲିସ୍, ଖଣି ବିଭାଗ କର୍ମଚାରୀ ଏପରିକି ଏଜେଣ୍ଟ ମାଧ୍ୟମରେ ନେତାଙ୍କ ପକେଟକୁ ମାସିକିଆ ବଟି ଯାଉଥିଲେ ମଧ୍ୟ ସରକାରଙ୍କ ରାଜସ୍ୱ ହାନୀ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଧର୍ମକୁ ଆଖିଠାର ଭଳି ଉପରିସ୍ଥ ଅଧିକାରୀଙ୍କ ଚାପରେ ଚଢାଉ ହୋଇଥିଲା। ରାଜସ୍ୱ ଅଧିକାରୀଙ୍କ ବାସଭବନ, ତହସିଲଦାରଙ୍କ ବାସଭବନ ଓ ବିଭିନ୍ନ ଛକରେ ଜଗି ରହିଥିବା ମାଫିଆ ଓ ତାଙ୍କ ସହଯୋଗୀ ତୁରନ୍ତ ସରକାରୀ ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ହ୍ୱାଟ୍ସଆପ୍ ମାଧ୍ୟମରେ ଖବର ଦିଅନ୍ତି। ତେଣୁ ସମସ୍ତେ ସଜାଗ ହୋଇଯାଆନ୍ତି। ମାଫିଆ ଗୋଷ୍ଠୀ ଓ ଚୋରା ଖଣି ମାଲିକଙ୍କ ମଧ୍ୟରେ ଫାଟ ଯୋଗୁ ବେଳେବେଳେ ଗାଡି ଧରାହୁଏ। କିନ୍ତୁ ରାଜନେତା ମାସିକିଆ ବଟି ପାଇଥିବା ଯୋଗୁ ତାଙ୍କ ଚାପରେ ଜବତ ହୋଇଥିବା ଗାଡି ଓ ପଥରକଟା କଟରକୁ ରାଜନୈତିକ ଚାପରେ କିଛି ଟଙ୍କା ଜୋରିମାନା ଆଦାୟ କରି ଛାଡି ଦିଅନ୍ତି। ତା’ପର ଦିନ ପୁଣି ସେହି ଗାଡି ଓ କଟର ପଥର ଚୋରା ଚାଲାଣ ଓ ପଥର କାଟିବାରେ ବ୍ୟସ୍ତ ହୋଇଯାଆନ୍ତି। ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। କିନ୍ତୁ ନୟାଗଡ଼ ଜିଲ୍ଲା ଖଣି ଅଧିକାରୀ ଇଶ୍ୱର ଚନ୍ଦ୍ର ପ୍ରଧାନ ଜୁଲାଇ ୨୧ତାରିଖ ବିଳମ୍ବିତ ସନ୍ଧ୍ୟାରେ ଅରଖପଦା ଓ ବେଣ୍ଟ ଅଞ୍ଚଳରେ ଚଢାଉ କରି ମାଙ୍କଡା ବୋଝେଇ ଗାଡିକୁ ଜବତ କରିଥିବା ଜଣାପଡ଼ିଛି। ମାମଲା ନ କରି ଗାଡି ବାଜ୍ୟାପ୍ତି ପାଇଁ ଆବେଦନ ନ କରି ଜୋରିମାନା କରି ଛାଡିବା ପାଇଁ ରାଜନୈତିକ ଚାପ ପଡୁଥିବା ଆଲୋଚନା ହେଉଛି। ଜଣେ ମାଫିଆ ନାମ ଗୋପନ ରଖିବା ସର୍ତ୍ତରେ କୁହନ୍ତି, ଆମେ ତଳୁ ଉପର ଯାଏଁ ମାସିକିଆ ବଟି ଦେଉଛୁ। ତେଣୁ ଏମିତି ଚାଲିଥିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories