www.samajalive.in
Wednesday, December 10, 2025
14.1 C
Bhubaneswar

ଛାତ୍ରୀ ନିର୍ଯାତନା ଅଭିଯୋଗ: +୨ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

ରଘୁନାଥପୁର : ଜନୈକା ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ରଘୁନାଥପୁର ବ୍ଲକ ଅଧୀନ ବର୍ତ୍ତିସ୍ଥିତ ସ୍ବାମୀ ଅରୁପାନନ୍ଦ ମହାବିଦ୍ୟାଳୟ ଯୁକ୍ତ ଦୁଇର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ଆଜି ଜଗତସିଂହପୁର ଜିଲାପାଳ ଚାକିରିରୁ ନିଲମ୍ବିତ କରିଛନ୍ତି। ଗତ ଜାନୁଆରୀ ମାସରେ ଏହି କଲେଜର ଜନୈକା ଛାତ୍ରୀ ଅଧ୍ୟାପକଙ୍କ ବିରୋଧରେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଧ୍ୟକ୍ଷ ଶ୍ରୀ ସାହୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଏକ କମିଟି ଗଠନ କରି ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପର ମୁହୂର୍ତ୍ତରେ ଛାତ୍ରୀ ଜଣକ ଅଧ୍ୟାପକଙ୍କ ସହିତ ଆପୋସ ବୁଝାମଣା କରିବା ସହିତ ଅଧ୍ୟକ୍ଷଙ୍କୁ ଉକ୍ତ ବୁଝାମଣାର ଲିଖିତ ପତ୍ର ପ୍ରଦାନ କରିଥିଲେ। ଫଳରେ ମାମଲାଟିର ପରିସମାପ୍ତି ଘଟିଥିଲା। ଦୀର୍ଘ ଦିନ ପରେ ଏହି ଘଟଣାଟି ଏକ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ ପରେ ଜିଲାପାଳ ଉଭୟ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories