ରଣପୁରଗଡ଼: ରାଜ୍ୟରେ ସମସ୍ତ ଉନ୍ନୟନମୂଳକ ଠିକା କାର୍ଯ୍ୟ ଟେଣ୍ଡର ସମୟରେ ସର୍ବନିମ୍ନ ଦରକୁ ଗ୍ରହଣ କରାଯାଏ। କିନ୍ତୁ ଧାର୍ଯ୍ୟ ଅଟକଳଠାରୁ କମ୍ ଥିବା ଟେଣ୍ଡରକୁ କାର୍ଯ୍ୟାଦେଶ ଦିଆଯାଏ। କାର୍ଯ୍ୟ ଶେଷ ପାଇଁ ୬ ମାସ କିମ୍ବା ଅଧିକ ଅବଧି ଚୁକ୍ତିନାମା କରଯାଏ। କିନ୍ତୁ କାର୍ଯ୍ୟ ସମୟରେ ମାନ ନିର୍ଧାରଣ ପାଇଁ ଯନ୍ତ୍ରୀ ଓ ଠିକା ସଂସ୍ଥା ମଧ୍ୟରେ ଟଣା ଓଟରା ଯୋଗୁ ବିଲ୍ ପ୍ରଦାନରେ ବିଳମ୍ବ ହେବା କାରଣରୁ ଠିକା ସଂସ୍ଥା ଦିନ ଗଡ଼ାଇ ଯନ୍ତ୍ରୀଙ୍କୁ ହାତକରି ନର୍ଦ୍ଧାରିତ ଟେଣ୍ଡର ବ୍ୟୟ ଅଟକଳଠାରୁ ଅଧିକ ଦାବି କରି ନିର୍ମାଣ କାର୍ଯ୍ୟକୁ ଗଡ଼ାଇ ଚାଲେ, ଫଳରେ ଲୋକଙ୍କ ଯାତନା ବଢିଚାଲେ। ସେହିଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ପୂର୍ତ୍ତ ରାସ୍ତା ରଣପୁର ରାଜ ସୁନାଖଳା ରାସ୍ତା ମନ୍ଦାକିନୀ ନଦୀ ସେତୁ ନର୍ମାଣରେ। ଦିନ ପରେ ଦିନ ଗଡ଼ି ଚାଲିଛି, ଯାତନା ବଢ଼ି ଚାଲିଛି। ଯନ୍ତ୍ରୀ ଦୟାନିଧି ରାୟଗୁରୁ କୁହନ୍ତି, ଡେଭିଏସନରେ ଅଧିକ ଅର୍ଥ ବ୍ୟୟ ପାଇଁ ସରକାରଙ୍କୁ ପଠାଯାଇଛି। ଠିକାସଂସ୍ଥା ଅଧିକ ଅର୍ଥ ନିଶ୍ଚିତ ପାଇବ, ହେଲେ ଜାଣିଶୁଣି ବିଳମ୍ବ କରୁଛି। ଯାତନା ବଢିବା ଯୋଗୁ ରଣପୁର ବିକାଶ ମଞ୍ଚ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।
Popular Categories



