www.samajalive.in
Friday, December 5, 2025
20.1 C
Bhubaneswar

ବିଧାନସଭାରେ ବସି ମୋବାଇଲରେ ତାସ୍ ଖେଳୁଥିଲେ

ମୁମ୍ବଇ: ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ବିଧାନସଭାରେ ବସିଥିବାବେଳେ ମୋବାଇଲରେ  ତାସ୍‌ ଖେଳୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ରାଜନୈତିକ ମହଲରେ ବିତର୍କ ସୃଷ୍ଟି ହୋଇଛି। ବିରୋଧୀ ଏନ୍‌ସିିପି (ଶରଦ ପୱାର ଗୋଷ୍ଠୀ) ବିଧାୟକ ରୋହିତ ପୱାର ନିଜର ଏକ୍ସ ଆକାଉଣ୍ଟରେ ଏହି ଭିଡିଓକୁ ଅପ୍‌ଲୋଡ କରିଛନ୍ତି। ମହାରାଷ୍ଟ୍ରର କୃଷି ମନ୍ତ୍ରୀ ମାଣିକରାଓ କୋକାତେ ବିଧାନସଭାରେ ରମି ଖେଳୁଥିଲେ ବୋଲି ରୋହିତ ଅଭିଯୋଗ କରିଛନ୍ତି।   ଅପରପକ୍ଷରେ ମାଣିକରାଓ କହିଛନ୍ତି ଯେ ସେ ଗୃହରେ ତାସ୍‌ ଖେଳୁନଥିଲେ। ତାଙ୍କର କୌଣସି ବନ୍ଧୁ ତାସ୍‌ ​‌େ​‌ଖଳ ଅପ୍‌ଲୋଡ କରିଛନ୍ତି। ଗୃହ କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ସେ ଉଦ୍ୟମ କରୁଥିବାବେଳେ ହଠାତ୍‌ ଏହି ଖେଳ ମୋବାଇଲ ପରଦାକୁ ଆସିଥିଲା। ଅପରପକ୍ଷରେ ମାଣିକରାଓ ତୁରନ୍ତ ମନ୍ତ୍ରୀପଦରୁ ଇସ୍ତଫା ଦିଅନ୍ତୁ ବୋଲି ଏନସିିପି ସାଂସଦ ସୁପ୍ରିୟା ସୁଲେ ଦାବି କରିଛନ୍ତି। ବିଗତ ତିନିମାସ ମଧ୍ୟରେ ରାଜ୍ୟରେ ୭୫୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବାବେଳେ କୃଷି ମନ୍ତ୍ରୀ ବିଧାନସଭାରେ ତାସ୍‌ ଖେଳିବା ନିହାତି ହାସ୍ୟାସ୍ପଦ ବୋଲି ସୁପ୍ରିୟା କହିଛନ୍ତି। ମାଣିକରାଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିୟା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories