www.samajalive.in
Monday, December 8, 2025
13.1 C
Bhubaneswar

ଖୋଲାରେ ବିକ୍ରି ମନା; କେବଳ ଗାଡ଼ିରେ ପେଟ୍ରୋଲ

ଭୁବନେଶ୍ୱର,୨୦ା୭(ନି.ପ୍ର): କେବଳ ଗାଡ଼ିକୁ ମିଳିବ। ପେଟ୍ରୋଲ ପମ୍ପ କିମ୍ବା ଦୋକାନରେ ବୋତଲ, ଜାର୍‌ରେ ପେଟ୍ରୋଲ, ଡିଜେଲ ବିକ୍ରି ଉପରେ କଡ଼ାକଡ଼ି ଅଙ୍କୁଶ ଲଗାଯିବ। ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏଫ୍‌ଏମ୍‌ ମହାବିଦ୍ୟାଳୟ ଓ ବଳଙ୍ଗା ଘଟଣା ପରେ ଅତି ସହଜରେ ମିଳି ଯାଉଥିବା ଏହି ଅତ୍ୟନ୍ତ ଜ୍ବଳନଶୀଳ ଇନ୍ଧନର ବିକ୍ରି ଉପରେ କଟକଣା ଲଗାଇବା ପାଇଁ ଯୋଗାଣ ବିଭାଗ ଅଣ୍ଟା ଭିଡ଼ିଛି।

ସାଧାରଣତଃ ପେଟ୍ରୋଲ ପମ୍ପରେ ବୋତଲରେ ପେଟ୍ରୋଲ ମିଳିଯାଏ। ସେହିପରି ଗ୍ରାମାଞ୍ଚଳ ଏବଂ ପେଟ୍ରୋଲ ପମ୍ପଠାରୁ ଦୂରରେ ଥିବା ଅଞ୍ଚଳରେ ପାନ ଦୋକାନଠାରୁ ନେଇ ତେଜରାତି ଦୋକାନରେ ବି ବିକ୍ରି ହେଉଛି। ଏହାର ଦୁରୂପଯୋଗ ହୋଇ ଚାଲିଛି। କେବଳ ଏଫ୍‌ଏମ୍‌ ମହାବିଦ୍ୟାଳୟ ନୁହେଁ ଅନେକ ସମୟରେ ପେଟ୍ରୋଲ ଢାଳି ଆତ୍ମଦାହ କରିବା କିମ୍ବା କାହାକୁ ପୋଡ଼ି ଦେବା ଘଟଣା କିଛି ନୂଆ ନୁହେଁ। ଏଫ୍‌ଏମ୍‌ ମହାବିଦ୍ୟାଳୟ ଓ ବଳଙ୍ଗା ଘଟଣା ପରେ ସରକାର ଖୋଲା ବଜାରରେ ଇନ୍ଧନ ବିକ୍ରି ଉପରେ କଟକଣା ଲଗାଇବା ପାଇଁ ଯାଉଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଖୋଲା ବଜାରରେ ପେଟ୍ରୋଲ, ଡିଜେଲ ବିକ୍ରି ଉପରେ ଅଙ୍କୁଶ ଲଗାଯିବ। ଅପରପକ୍ଷେ ପେଟ୍ରୋଲିୟମ୍ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି, ଡିପୋରୁ ଚୋରା ପେଟ୍ରୋଲ ଆଣି ଅପମିଶ୍ରିତ କରିବା ପରେ ଦୋକାନ ବଜାରରେ ବିକ୍ରି କରାଯାଉଛି। ଏହାକୁ ବନ୍ଦ କରାଇବା ଲାଗି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆଶା କରୁଛୁ ସରକାର ଏହା ଉପରେ ଅଙ୍କୁଶ ଲଗାଇବେ ବୋଲି ଶ୍ରୀ ଲାଠ୍ କହିଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories