www.samajalive.in
Saturday, December 6, 2025
16.1 C
Bhubaneswar

ନାବାଳିକାକୁ ପ୍ରେମ, ଅପହରଣ ପରେ ଦୁଷ୍କର୍ମ ମାମଲାରେ ଯୁବକ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅଧିନସ୍ଥ ଏକ ଗ୍ରାମର ନାବାଳିକା ତଥା ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀକୁ ପ୍ରେମ, ଅପହରଣ ଓ ପରେ ଦୁଷ୍କର୍ମ କରିବା ମାମଲାରେ ଗୋଳନ୍ଥରା ଥାନା ପୁଲିସ ଶୁକ୍ରବାର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପି. ପିତାମ୍ବର (୧୯) ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗ୍ରାମର ପିତାମ୍ବର ନାବାଳିକା ଛାତ୍ରୀକୁ ପ୍ରେମ କରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥିଲେ ଗତ ମେ ମାସ ୧୨ ତାରିଖରେ ଛାତ୍ରୀଙ୍କୁ  ଅପହରଣ କରି ନେଇଥିଲେ। ଛାତ୍ରୀ ଜଣଙ୍କ ନିଖୋଜ ହେବା ପରିବାର ଜାଣିବା ପରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରିବାର ଲୋକ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନା କେଶ ନଂ ୨୧୧/୨୫  ପ୍ରକାରେ ପୁଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଓ ନାବାଳିକା ଛାତ୍ରୀ ଉଦ୍ଧାର କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନ ଚଡାଉ ଜାରି ରଖିଥିଲା। ଗୁରୁବାର ସକାଳେ ଏକ ଗ୍ରାମରୁ ଚଡାଉ କରି ପିତାମ୍ବରକୁ କାବୁ କରିଥିବା ବେଳେ ଛାତ୍ରୀକୁ ଉଦ୍ଧାର କରିଥିଲା। ପିତାମ୍ବରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ  କରିଛି।

ବାସ୍‌ ଆଉ ଗୋଟିଏ ଦିନ: ଏହି ରାଶିଙ୍କୁ ଶୁକ୍ର କରିବେ ଧନୀ, ମିଳିବ ଚାକିରି, ବଢିବ ଦରମା, ହେବ ବିବାହ ପୁଣି କିଣିବେ ଘର,ଗାଡି..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories