www.samajalive.in
Saturday, December 6, 2025
23.1 C
Bhubaneswar

ନାଗକୁ ଚୋବାଇ ଖାଇଲେ ମଦ୍ୟପ

ବଲାଙ୍ଗିର: ନିଶାରେ ଚୁର୍ ଥିଲେ। ନାଗ ସାପଟିଏ ଧରି ଖେଳିବା ସହ ପାଟିରେ ସାପର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ସେ ଜୀବନ୍ତ ସାପକୁ ଖାଇ ଦେଇଥିବା କୁହାଯାଉଥିବା ବେଳେ ସାପ କାମୁଡ଼ାରେ ଗୁରୁତର ହୋଇଥିଲେ। ମାତ୍ର ଚିକିତ୍ସା ପରେ ସେ ହସ୍‌ପିଟାଲରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲା ତୁଷୁରା ଥାନା ତେନ୍ତୁଳିଖୁଣ୍ଟି ଗ୍ରାମରେ। ସୂଚନା ଅନୁସାରେ, ଗ୍ରାମର ପ୍ରେମା ଭୋଇ(୪୫) ଆଜି ନିଶାସକ୍ତ ଅବସ୍ଥାରେ ଏକ ନାଗକୁ କାମୁଡ଼ି ଖାଇ ଦେଇଥିବା ଚର୍ଚ୍ଚା ହୋଇଥିଲା। ନିକଟରେ ଥିବା ଲୋକଙ୍କ କହିବା ମୁତାବକ, ପ୍ରେମା ସାପକୁ ଧରି ଖେଳିବା ସହ ପାଟିରେ କାମୁଡ଼ି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ସାପ ତାଙ୍କୁ ଚୋଟ ମାରିଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ନେଇଥିଲେ। ଜୀବନ୍ତ ନାଗ ଖାଇଥିବାରୁ ବିଷକ୍ରିୟା ହୋଇପାରେ ବୋଲି ତୁରନ୍ତ ଡାକ୍ତର ତାଙ୍କର ଚିକିତ୍ସା ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ଏହି ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଖବର ଲେଖା ହେବା ବେଳକୁ ତାଙ୍କୁ ସୁସ୍ଥ ଘୋଷଣା କରି ଡାକ୍ତରଖାନା ପକ୍ଷରୁ ଘରକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories