www.samajalive.in
Saturday, December 13, 2025
26.1 C
Bhubaneswar

ତାନ୍ତ୍ରିକ ଜାଲରେ ୪୦୦ ମହିଳା, ମୋବାଇଲରୁ ମିଳିଲା ଅଶ୍ଳୀଳ ଫଟୋ

ସମାଜ ଡିଜିଟାଲ ଡେସ୍କ: ବାଘ ଛାଲ ରାକେଟର ଖିଅ ଖୋଜୁ ଖୋଜୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ। କେବଳ ବାଘଛାଲ ନୁହେଁ, ମହିଳାଙ୍କୁ ବଶୀକରଣ ଆଳରେ ଶୋଷଣ କରୁଥିଲେ ଅଭିଯୁକ୍ତ ଶିକ୍ଷକ ଏବଂ ତାନ୍ତ୍ରିକ। ଏହି ଘଟଣା ଏବେ ମୟୂରଭଞ୍ଜରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁସାରେ, ଗତ ମଙ୍ଗଳବାର ବନ ବିଭାଗ ୩ଟି କଲରାପତରିଆ ବାଘଛାଲ ଜବତ କରିଥିଲା। ଏହି ମାମଲାରେ ବଡ଼ସାହି ଥାନା ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର, ପାଣୀମହୁଲି ଗ୍ରାମର ଶିକ୍ଷକ ମନୋରଞ୍ଜନ ଟିପିରିଆଙ୍କ ସମେତ ବାଲେଶ୍ଵର ଏବଂ ମୟୂରଭଞ୍ଜର ୭ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୭ଟି ମୋବାଇଲ ଫୋନ ଜବତ ହୋଇଥିଲା। ପୁଲିସ ତାନ୍ତ୍ରିକ ଗୁରୁପ୍ରସାଦର ମୋବାଇଲ ଯାଞ୍ଚ କରିବା ସମୟରେ ଯାହା ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

- Advertisement -

ଉକ୍ତ ମୋବାଇଲରେ ୪୦୦ରୁ ଅଧିକ ଭିଡିଓ ରହିଥିବାବେଳେ ଶତାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ରହିଛି। ତନ୍ତ୍ର ସାଧନା ସମୟରେ ତାନ୍ତ୍ରିକ କୌଶଳକ୍ରମେ ଏହି ସବୁ ଫଟୋ ଓ ଭିଡିଓ ଉତ୍ତୋଳନ କରିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ, ତାନ୍ତ୍ରିକ ତନ୍ତ୍ର ସାଧନା କରିବା ସହିତ ମହିଳାଙ୍କ ବଶୀକରଣ କରିବା ଆଳରେ ଶୋଷଣ କରୁଥିଲା। ତେବେ ଅଭିଯୁକ୍ତ ଶିକ୍ଷକ ହିଁ ତା’କୁ ଝିଅ ଯୋଗାଉଥିବା ଜଣାପଡ଼ିଛି। ମୋବାଇଲଗୁଡ଼ିକୁ ଫୋରେନସିକ ପରୀକ୍ଷାଗାରକୁ ପଠାଯାଇଛି। ଘଟଣାର ଅଧିକ ତଦନ୍ତ କରୁଛି ବନ ବିଭାଗ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories