www.samajalive.in
Saturday, December 13, 2025
26.1 C
Bhubaneswar

ହଷ୍ଟେଲରୁ ଲୁଚି ପଳାଇଲେ ଛାତ୍ର, ଥାନାରେ ଦ୍ବାରସ୍ଥ ହେଲା ପରିବାର

ବାସୁଦେବପୁର : ଘରୋଇ ଆବାସିକ ବିଦ୍ୟାଳୟର ହଷ୍ଟେଲରୁ ଲୁଚି ପଳାଇଲେ ଷଷ୍ଟ ଶ୍ରେଣୀରେ ପଢୁଥିବା ଛାତ୍ର । ତେଣେ ପୁଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର । ଏମିତି ଘଟଣା ବାସୁଦେବପୁର ସହରରେ ଥିବା ଏକ ଘରୋଇ ଆବାସିକ ବିଦ୍ୟାଳୟର ବୋଲି ଅଭିଯୋଗରୁ ଜାଣିବାକୁ ମିଳିଛି । ଅଭିଯୋଗ ମୁତାବକ, ଶଶିକାଦେଇପୁର ଅଞ୍ଚଳର ପୁରେନ୍ଦ୍ର ବାରିକଙ୍କ ଏଗାର ବର୍ଷର ପୁଅ ପବିତ୍ର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ଆଜି ଘରୋଇ ଆବାସିକ ବିଦ୍ୟାଳୟର ପରୀକ୍ଷା ବାତିଲ ହେବା ପରେ ହଷ୍ଟେଲରୁ  ନିଜ ସହପାଠୀଙ୍କ ସାଥିରେ ରହିଥିବା ବେଳେ ଅନ୍ୟ ଜଣେ ସହପାଠୀଙ୍କ ସହିତ ଲୁଚିଲୁଚି ପଳାଇ ଯାଇଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ଖୋଜାଖୋଜି କରିବା ପରେ ସହପାଠୀ ଜଣକ ନିଜ ଘରେ ପହଞ୍ଚିଥିବା ବେଳେ ପବିତ୍ର ଘରକୁ ଫୋନ କରିବାରୁ ପିଲା ନିଖୋଜ ଥିବା ଜାଣି ବାପା ପୁରେନ୍ଦ୍ର ଓ ମାଆ ସୁମିତ୍ରା ଆବାସିକ ବିଦ୍ୟାଳୟରେ ପହଞ୍ଚିଥିଲେ । ପରେ ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜାଣିବାକୁ ମିଳିଛି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କୁହନ୍ତି, ପାଠ ଭୟରେ ଦୁଇଜଣ ପିଲା ଲୁଚି ପଳାଇ ଯାଇଥିଲେ । ଜଣେ ଘରେ ପହଞ୍ଚିଥିବା ଖବର ମିଳିଲାଣି । ପବିତ୍ରକୁ ଖୋଜାଖୋଜି ଚାଲିଛି । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରିଣୀ ଜଣାଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories