www.samajalive.in
Saturday, December 13, 2025
21.1 C
Bhubaneswar

ରାଜ୍ୟସ୍ତରୀୟ ଖାଦ୍ୟ ମେଳାରେ ଭାଗନେବେ ଲାଞ୍ଜିଗଡ ବ୍ଲକର ୩ ଏସଏଚଜି ମହିଳା

ଲାଞ୍ଜିଗଡ଼ : ଆସନ୍ତା ସପ୍ତାହରେ ରାଜଧାନୀ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା। ଏଥିରେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ଜିଲ୍ଲାସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତିନିଜଣ ଲେଖାଏଁ ମହିଳା ପ୍ରତିଯୋଗୀ ଭାଗ ନେବେ ବୋଲି ସୂଚନା ମିଳିଛି। ଏଥିରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ପାରମ୍ପରିକ ଖାଦ୍ୟ ମେଳାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରସ୍ଥିତ ମା ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ବିଭୁଲତା ନାୟକ, ସୌଦାମିନୀ ଦାସ ଓ ସରସ୍ବତୀ ଦଣ୍ଡସେନା କଳାହାଣ୍ଡି ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ। ଏହି ଖବର ମିଳିବା ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, ମା ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତିନି ବର୍ଷରୁ ଅଧିକ ସମୟ ହେଲା ବିଶ୍ୱନାଥପୁରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନଶକ୍ତି କାଫେକୁ ସୁଚାରୁ ରୂପେ ପରିଚାଳନା କରି ଆସୁଛନ୍ତି। ମିଶନଶକ୍ତି ଜରିଆରେ ଏହି ଗୋଷ୍ଠୀର ମହିଳାମାନେ ସଶକ୍ତ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଅଣ୍ଟା ଭିଡ଼ିଥିବାବେଳେ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ସେମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି। ତିନିଜଣଙ୍କ ମଧ୍ୟରୁ ବିଭୁଲତା ମୁଖ୍ୟ ରୋଷେୟା ଓ ତାଙ୍କର ଦୁଇ ସହଯୋଗୀ ଭାବେ ସୌଦାମିନୀ ଓ ସରସ୍ବତୀ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ନିଜର ରୋଷେଇ କଳା ଓ କୌଶଳ ପ୍ରଦର୍ଶନ କରିବେ। ତେବେ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ମହିଳାମାନେ ଜିଲ୍ଲାସ୍ତରରେ ପ୍ରଥମ ହେବା ସହିତ ରାଜ୍ୟସ୍ତରର ପ୍ରତିଯୋଗିତା ପାଇଁ ମନୋନୀତ ହେବା ନିଶ୍ଚିତ ଭାବେ ଖୁସିର ବିଷୟ ଓ ମହିଳା ସଶକ୍ତିକରଣର ଅନ୍ୟତମ ଉଦାହରଣ ବୋଲି କୁହାଯାଉଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories